#Exclusive

ଦେଶରେ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ରଣନୀତି ସଂଶୋଧନ କଲା ଆଇସିଏମ୍ଆର୍

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ସୋମବାର କୋଭିଡ୍ -୧୯ ପରୀକ୍ଷା ପାଇଁ ଏହାର ରଣନୀତିକୁ ସଂଶୋଧନ କରିଛି | ସଂଶୋଧିତ ରଣନୀତିରେ ଗତ ୧୪ ଦିନ ମଧ୍ୟରେ ଅନ୍ତର୍ଜାତୀୟ ଭ୍ରମଣର ଇତିହାସ ସହିତ କରୋନା ଲକ୍ଷଣ ଥିବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି | ଏହା ସହ କୋଭିଡ -୧୯ ବିରୋଧରେ ଆଗ ଧାଡିରେ ରହି ଲଢେଇ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ ଥିବା ରୋଗୀଙ୍କର ପରୀକ୍ଷା କରାଯିବ ବୋଲି କୁହାଯାଇଛି ।ନୂତନ ଆଇସିଏମଆର ପରୀକ୍ଷା ରଣନୀତି କହିଛି ଯେ, କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମଧ୍ୟ କରୋନାର କୌଣସି ଲକ୍ଷଣ ଦେଖାଉ ନଥିବା ଲୋକଙ୍କର ସଂସ୍ପର୍ଶରେ ଆସିବାର ପଞ୍ଚମ ଦିନ ଏବଂ ଦଶମ ଦିନରେ ଥରେ ପରୀକ୍ଷା କରାଯିବା ଉଚିତ୍ | କରୋନା ଲକ୍ଷଣ ଥିବା ରୋଗୀ ଏବଂ ଲକ୍ଷଣ ନଥିବା ଲୋକଙ୍କ ପାଖରେ ଇନ୍‌ଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଦେଖା ଗଲେ ସେମାନଙ୍କର ପରୀକ୍ଷା କରାଯିବ ଉଚିତ | ଗାଇଡଲାଇନରେ ଏହା ସ୍ପଷ୍ଟ ହୋଇଛି ଯେ ପରୀକ୍ଷା ଅଭାବରୁ କୌଣସି ଜରୁରୀକାଳୀନ ପ୍ରକ୍ରିୟା ବିଳମ୍ବ ହେବା ଉଚିତ ନୁହେଁ।ଆଇସିଏମଆର ଶୁକ୍ରବାର ଦିନ କହିଥିଲା ଯେ, କୋଭିଡ -୧୯ ଚିହ୍ନଟ ପାଇଁ ଆରଟି- ପିସିଆର ପରୀକ୍ଷା ସଂଖ୍ୟା ଭାରତରେ ଦୁଇ ନିୟୁତ ଅତିକ୍ରମ କରିଛି। ଶୁକ୍ରବାର ପୂର୍ବାହ୍ନ ୯ଟା ସୁଦ୍ଧା ଦେଶରେ ମୋଟ ୨୦,୩୯,୯୫୨ ନମୁନା ପରୀକ୍ଷା କରାଯାଇଥିଲା | କୋଭିଡ-୧୯ ପାଇଁ ପରୀକ୍ଷା ଗତ ଦୁଇ ମାସ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ କ୍ଷମତା ଦିନକୁ ପ୍ରାୟ ଏକ ଲକ୍ଷ ପରୀକ୍ଷଣକୁ ବୃଦ୍ଧି ପାଇଛି | ଲକଡାଉନ ଆରମ୍ଭରୁ ପୁଣେରେ ଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଗୋଟିଏ ଲାବୋରେଟୋରୀରେ ପରୀକ୍ଷା କରାଯାଉଥିବା ବେଳେ ଏବେ ଆରଟି- ପିସିଆର ପରୀକ୍ଷା ବର୍ତ୍ତମାନ ୩୬୦ଟି ସରକାରୀ ଏବଂ ୧୪୭ଟି ଘରୋଇ ଲାବୋରେଟୋରୀରେ ପରୀକ୍ଷା ସୁବିଧା ଉପଲବ୍ଧ ଅଛି ବୋଲି ଆଇସିଏମଆର କହିଛି।

Leave a comment

Your email address will not be published. Required fields are marked *