#Uncategorized

ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ


ଆଠଗଡ(ଉଲାପ୍ର) ଆଠଗଡ ସହର କନତୋଲ ର ଆରାଧ୍ୟ ଦେବୀ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ମାଘ ମାସ ବୁଧବାର ଦିନ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି, ମାଙ୍କ ପୀଠରୁ ଶହଶହ ମହିଳା କଳସ ଧରି ସାପୁଆ ନଦୀରୁ କଳସ ବୁଡାଇ ସ୍ୱଚ୍ଛ ଜଳ ଆଣି ଏକ

ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପୀଠରେ କଳସ ବସାଇଛନ୍ତି, ଏହି କଳସ ଶୋଭାଯାତ୍ରାରେ ଶହଶହ ମହିଳା ମାକ୍ସ ପରିଧାନ କରି କୋଭିଡ ନିୟମ ମାନି କଳସ ଶୋଭାଯାତ୍ରାରେ ଯୋଗଦେଇଥିଲେ,ବୁଧବାର ଠାରୁ ଆରମ୍ଭ ହେଉଥିବା ଏହି ଯଜ୍ଞ ଆସନ୍ତା ୨୭ ତାରିଖରେ ପୂର୍ଣ୍ଣାହୁତି ହେବ,ସେଥିପାଇଁ ଦକ୍ଷିଣ ଚଣ୍ଡୀ ପୀଠ ଚଳ ଚଞ୍ଚଳ ହୋଇ ଉଠିଛି,ବ୍ରାହ୍ମଣ ମାନଙ୍କ ମନ୍ତ୍ରଧ୍ଵନି ରେ ମୁଖରିତ ହୋଇ ଉଠିଛି ପୀଠ,ଏହି ପୀଠ ହେଉଛି ଶକ୍ତି ପୀଠ,ପନ୍ଚୁପାଣ୍ଡଵଙ୍କ ମା କୁନ୍ତୀଙ୍କ ବାପ

ଘର ଏହି ଗ୍ରାମ ବୋଲି ତଥ୍ୟରୁ ଜଣା ପଡେ,ସେଥିପାଇଁ ପଣ୍ଡୁଙ୍କ ପତ୍ନୀ କୁନ୍ତୀଙ୍କ ନାମ ଅନୁସାରେ ଏହି ଗ୍ରାମର ନାମ ହୋଇଛି କନତଲ,ପୀଠର ଆରାଧ୍ୟ ଦେବୀ ହେଉଛନ୍ତି ମା ଦକ୍ଷିଣ ଚଣ୍ଡୀ, ଏଠି ଯିଏ ଯାହା ମାନସିକ କରେ ମା ତାର ଡାକ ସଂଗେ ସଙ୍ଗେ ଶୁଣିଥାନ୍ତି ବୋଲି ଲୋକ ମୁଖରୁ ଜଣା ପଡେ।

Leave a comment

Your email address will not be published. Required fields are marked *