#Uncategorized

ଆଠଗଡ ଓକିଲ ସଙ୍ଘ ନିର୍ବାଚନ, ସତେନ ପଣ୍ଡା ସଭାପତି, ମନୋରଞ୍ଜନ ମହାନ୍ତି ସମ୍ପାଦକ


ଆଠଗଡ(ଉଲାପ୍ର)ଆଠଗଡ ଓକିଲ ସଂଘର ନିର୍ବାଚନ ଆଜି ଶେଷ ହୋଇଛି,ଏଥିରେ ସଭାପତି ଭାବେ ସତେନ ପଣ୍ଡା ୩୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ମନୋରଞ୍ଜନ ମହାନ୍ତି କଡା ପ୍ରତିଦ୍ବନ୍ଦିତା କରି ୫ ଖଣ୍ଡ ଭୋଟ ରେ ପ୍ରସାଦ ମାଝିକୁ ହରାଇ ଛନ୍ତି,ସତେନ ପଣ୍ଡାଙ୍କ ସହିତ ଅରୁଣ ମହାନ୍ତି ନିର୍ବାଚନ ଲଢ଼ୁଥିବା ବେଳେ ଶ୍ରୀ ପଣ୍ଡା ୭୮ ଖଣ୍ଡ ଭୋଟ ପାଇଥିବା ବେଳେ ଅରୁଣ ମହାନ୍ତି ୪୬ ଖଣ୍ଡ ଭୋଟ ପାଇଥିଲେ,ସେହିପରି ସମ୍ପାଦକ ପଦବୀ ପାଇଁ ମନୋରଞ୍ଜନ ମହାନ୍ତି ୬୫ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରସାଦ ମାଝୀ ୬୦ ଖଣ୍ଡ ଭୋଟ ପାଇଥିଲେ,ସମ୍ପାଦକ ପଦବୀ ପାଇଁ କଡା ମୁକାବିଲା ହୋଇଥିଲା,ଆଠଗଡ ଓକିଲ ସଂଘ ସଭାଗୃହ ଠାରେ କୋଭିଡ ନିୟମ ଅନୁଯାୟୀ ଭୋଟଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଉପସଭାପତି ଭାବେ ରାଜେନ୍ଦ୍ର ନାରାୟଣ ମହାପାତ୍ର ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ସରୋଜ କୁମାର ପଟ୍ଟନାୟକ ,କୋଷାଧ୍ୟକ ଭାବେ ସୁଜିତ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ସାହୁ ଘୋଷଣା କରିଛନ୍ତି, ଆଇନଜୀବୀ ଜ୍ଞାନପ୍ରକାଶ ଧଳ ସାମନ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *