#Breaking News

ସାଂସଦଙ୍କ ଦ୍ୱାରା ଢେଙ୍କାନାଳରେ ଋଣ ମେଳା ର ଶୁଭ ଉଦ୍ଘାଟନ

ଢେଙ୍କାନାଳ,ଢେଙ୍କାନାଳ ସହରର ମିନି ଷ୍ଟାଡିୟମ ଠାରେ ଏକ ବିଶାଳ ଋଣ ମେଳାକୁ ମାନ୍ୟବର ଢେଙ୍କାନାଳର ସାଂସଦ ମହେଶ ସାହୁ ଶୁଭ ଉଦ୍ଘାଟନ କରିଛନ୍ତି । ଗାଁ ଗହଳିର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିଲେ ମଧ୍ୟ ଯେଉଁମାନେ ଆର୍ଥିକ ଅନାଗ୍ରସରତା ହେତୁ ସ୍ୱାବଲମ୍ବୀ ହୋଇପାରୁନାହାନ୍ତି ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ତଥା ସ୍ୱାବଲମ୍ବୀ କରିବା ପାଇଁ ମାନ୍ୟବର କେନ୍ଦ୍ର ସରକାର ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ଯୋଗାଇଦେବାକୁ ବ୍ୟବସ୍ଥା କରିଛନ୍ତି । ସେହିଭଳି ଏକ ଋଣ ମେଳା ଆଜି ଢେଙ୍କାନାଳର ମିନି ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି । ଏହାକୁ ଉଦଘାଟନ କରିଥିଲେ ଢେଙ୍କାନାଳ ତଥା ଅନୁଗୁଳର ସାଂସଦ ମହେଶ ସାହୁ ଏବଂ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ । ବିଭିନ୍ନ ବ୍ୟାଙ୍କ ମାନେ ଏହି ଋଣ ମେଳାରେ ଯୋଗଦେଇ ସ୍ୱାବଲମ୍ବୀ ହେବାପାଇଁ ଯୁବକ ଯୁବତୀ ମାନଙ୍କୁ ଋଣ ପ୍ରଦାନ କରିଥିଲେ । ଆଜିର ଏହି ଋଣ ମେଳା ରେ ଇକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ସମ୍ବଲପୁର ମନୋଜ ଭିକ୍ରାନ୍ତ ତାଣ୍ଡନ,ଇଉନିୟନ ବ୍ୟାଙ୍କର ରେଜିଓନାଲ ହେଡ ଶ୍ରୀ ରାଜ୍ କୁମାର, ଓଡିଶା ଗ୍ରାମ୍ୟ ବ୍ୟାଙ୍କର ରେଜିଓନାଲ ହେଡ଼ ଶ୍ରୀ ଆଶିଷ ନାୟକ, DDM , NABARD ଶ୍ରୀ ଜ୍ଞାନେନ୍ଦ୍ର ରାଉତ, GM, RIC ପି ପି ରାଓ, ଇକୋ ବ୍ୟାଙ୍କର Dy zonal head ଶ୍ରୀମତୀ ଚନ୍ଦ୍ରମା ଗିରେନ , LDM ,UCO ବ୍ୟାଙ୍କ ଶ୍ରୀ ସନଜ ସିଂ ଯୋଗ ଦେଇଥିଲେ । ସମୁଦାୟ 427 ଟା ଋଣ ଆକାରରେ 28.79 କୋଟି ଟଙ୍କା ଋଣ ପ୍ରଦାନ କରାଯାଇଅଛି ।ଏହି ଋଣ ପ୍ରଦାନ ଦ୍ୱାରା ଲୋକମାନଙ୍କର ସ୍ୱାବଲମ୍ବିତା ସହ ଜୀବନ ଧାରଣ ର ମାନରେ ପରିବର୍ତନ ଆସିବା ସହ ନିଜର ଉର୍ଣ୍ଣତି ସାଧନ କରିପାରିବେ ।

Leave a comment

Your email address will not be published. Required fields are marked *