#Breaking News

ଦରମା ଦାବୀ କରି ଓଏସଆରଟିସି କର୍ମଚାରୀଙ୍କ ସ୍ମାରକ ପତ୍ର


ଫୁଲ ବାଣୀ -(ସୁନୀଲ ପଟନାୟକ )
କରୋ ନା ମହାମାରି ପାଇଁ ସରକାର ଗତ ମେ ୫ ରୁ ଲକଡ଼ାଉନ ଘୋଷଣା କରିଛନ୍ତି । ଫଳରେ ଗାଡି ମଟର ଚଳାଚଳ ବନ୍ଦ ରହିଛି । ଏପଟେ ମାସ ମାସ ଧରି ଦରମା ଗଣ୍ଡାକ ହେଲେ ମିଳିବାକୁ ନାହିଁ। ଏଭଳି ଦୁର୍ବିସହ ଜୀବନ ଜିଉଁଛନ୍ତି ଫୁଲ ବାଣୀ ରାଜ୍ୟ ପରିବହନ ନିଗମ ର କର୍ମଚାରୀମାନେ।
ହାତରେ ପଇସାଟିଏ ନାହିଁ ପରିବାର କିପରି ଚଳାଇବେ ସେ ଚିନ୍ତାରେ ଏବେ ଅଛୁନ୍ତି ଓ ଏସ ଆର ଟି ସିରଡ୍ରାଇଭର କଣ୍ଡକ୍ଟର କ୍ଲିନରଙ୍କ ସମେତ ଅନ୍ୟ କର୍ମଚାରୀ । ଗାଡି କେବେ ଚାଲିବ ଜଣୀ ପଡୁନି ।
ଫଳରେ ସୋମବାର ଫୁଲ ବାଣୀ ଓ ଏସ ଆର ଟି ସିର କର୍ମଚାରୀମାନେ ସରକାର ସେମାନଙ୍କ ବକେୟା ପାଉଣା ଦେବାସହ ସେମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ଦାବୀ କରି ସଂଘର ଲବ କିଶୋର ପ୍ରଧାନ, ମୀନକେତନ ସୁଆର, ସମୀର ବେହେରା, ପ୍ରେମାନନ୍ଦ ନାଏକ, ଲୋକନାଥ ସାହୁ, ସଦାଶିବ ପ୍ରଧାନ ପ୍ରମୁଖ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Leave a comment

Your email address will not be published. Required fields are marked *