#Breaking News #Uncategorized

ଫୁଲ ବାଣୀରେ ଜାଗ୍ରତ କନ୍ଧମାଳ ପକ୍ଷରୁ ଆମ୍ବେଦକର ଜୟନ୍ତୀ


ଫୁଲ ବାଣୀ_(ସୁନୀଲ ପଟନାୟକ) ୧୪/୪
କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳପକ୍ଷରୁ ବୁଧବାର ସ୍ଥାନୀୟ ଅରବିନ୍ଦ ନଗରଠାରେ ସମ୍ବିଧାନ ପ୍ରଣେତା ବାବା ସାହେବଭୀମରା ଓ ଆମ୍ୱେଦକରଙ୍କ ୧୩୦ ତମ ଜୟନ୍ତୀ ପାଳନ କରାଯାଇଥିଲା।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସଂଗଠନର ମୁଖ୍ୟ ତଥା ବରୀଷ୍ଟ ଆଇନ ଯିବୀ ସତ୍ୟନାରାୟଣ ବେହେରା , ସମାଜସେବୀ ତଥା ସାମ୍ବାଦିକ ସୂର୍ଯ୍ୟ ବେହେରା । ବରୀଷ୍ଟ ସାମ୍ବାଦିକ ସନ୍ତୋଷ ଦିଗଲ, ରମେଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ଡକ୍ଟର ଭୀମରା ଓ ରାମଜୀ ଆମ୍ବେଦକର ଜଣେ ଏକାଧାରରେ ଭାରତୀୟ ସମ୍ବିଧାନ ପ୍ରଣେତ।, ରାଜନୈତିକ ନେତା , ଦାର୍ଶନୀକ, ଐତିହାସିକ ବାଗ୍ମୀ, ଅର୍ଥନିତିଜ୍ଞ, ବିଶିଷ୍ଟ ଜନନ।ୟକ ଓ ରାଷ୍ଟ୍ର ନିତୀ ଜ୍ଞ ଭାବେ ସୁପରିଚିତ ଥିଲେ ବୋଲି କହିଥିଲେ । ସ।ମାଜିକ ସଂସ୍କାର ଆଣିବା, ଧର୍ମୀୟ କୁସଂସ୍କାରର ବିଲେ।ପ ପାଇଁ ଉଦ୍ୟମ ସମେତ ସମ୍ବିଧାନକୁ ପ୍ରଗତିଶୀଳ କରିବାର ପ୍ରୟାସ ତାଙ୍କୁ ଜଣେ ବିଶିଷ୍ଟ ରାଜନୀତିଜ୍ଞ ଓ ଦ।ର୍ଶନୀକ ଭାବେ ପ୍ରତିଷ୍ଠା ଦେଇଥିବା କଥା ସାମ୍ବାଦିକ ସନ୍ତୋଷ ଡିଗଲ ମତବ୍ୟକ୍ତ କରିଥିଲେ ।
ସେହିପରି ଡ.ଆମ୍ୱେଦକରଙ୍କ ଜନ୍ମଦିନ ଅବସରରେ କେକ କଟାଯାଇଥିଲା ।
ଏହି ଅବସରରେ ବହୁ ବୁଦ୍ଧିଜିବୀ ଯୋଗଦେଇ ଡ. ଆମ୍ୱେଦକର ଙ୍କ ଜୀବନୀ ସଂପର୍କରେ ବର୍ଣ୍ଣନା କରିଥିଲେ।

Leave a comment

Your email address will not be published. Required fields are marked *