#Breaking News #District

ଚାରି ବର୍ଷର ଶିଶୁକୁ ହତ୍ୟା କଲା ନୃଶଂସ ରାକ୍ଷସୀ ମା


ବାଲିଗୁଡ଼ା( ଉଲ୍ଲାପ୍ର )- ଚାରି ବର୍ଷର ଶିଶୁକୁ ହତ୍ୟା କଲା ନୃଶଂସ ମାଁ। ଘଟଣାଟି କାଳ୍ପନିକ ପରି ଲାଗୁଥିଲେ ମଧ୍ୟ ବାସ୍ତବରେ ସତ। ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ। ରାକେଶ ଦଣ୍ଡିଆ ନାମକ ଜଣେ ବ୍ୟକ୍ତି ବିବାହର କିଛି ଦିନ ହେବ ବେଶ ଖୁସିରେ ନିଜ ସଂସାର ଚାଲିଆସିଥିଲେ ହେଲେ କିଛି ବର୍ଷ ହେବ ପାରିବାରିକ କୌଣସି ଝଗଡ଼ା ରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଚାଲି ଆସିଥିଲା ହେଲେ ଦୀର୍ଘ ୪ ବର୍ଷ ହେବ ସ୍ବାମୀ ସ୍ତ୍ରୀ ଅଲଗା ରହୁଥିବା ଜଣାପଡିଛି। ହେଲେ ଶନିବାର ଦିନ ନିଜ ଜନ୍ମ କଲା ମାଁ ପଦ୍ମିନୀ ଦଣ୍ଡିଆ ନିଜ ୪ ବର୍ଷ ର ଝିଅ ସୁରେଖା ଦଣ୍ଡିଆ କୁ ନିଜ ହାତରେ ମାରି ଗାଁ ନିକଟସ୍ଥ ବାଡ୍ରିମୁଣ୍ଡା ଜଙ୍ଗଲ ରେ ପୋତିଦେଇଥିବା ଜଣାପଡିଛି। ଖବର ପାଇ ସାରଙ୍ଗଡ ପୋଲିସ ଏହାର ସନ୍ଧାନ କରିଥିଲେ ଆଉ ମାଟି ତଳୁ ୪ ବର୍ଷର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇଥିଲେ । ସାରଙ୍ଗଗଡ ଆଇଆଇସି ବଧୁଲତା ବିଶ୍ବାଳ କହିଛନ୍ତି। ଘଟଣା ସ୍ଥଳରେ ସାଇନ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

Leave a comment

Your email address will not be published. Required fields are marked *