#Exclusive

ଜାତୀୟ ଖାଉଟି କଲ୍ୟାଣ ଦିବସ ପାଳିତ

ଆଠଗଡ ସହରରେ ଜାତୀୟ ଖାଉଟି କଲ୍ୟାଣ ଦିବସ ପାଳିତ ହୋଇଯାଇଛି, ଆଠଗଡ ଉପଜିଲ୍ଲାପାଳ ଅମୀୟ କୁମାର ସାହୁ ବିଶ୍ଵନାଥ ବିଦ୍ୟାପୀଠ ଥରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶୋଭାଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଏହି ସଚେତନତା ଶୋଭାଯାତ୍ରା ରଥଗଡା ପର୍ଯ୍ୟନ୍ତ ଯାଇ ଥିଲା,ଏଥିରେ ସାମ୍ବାଦିକ ଓ ଓକିଲ ମାନେ ସାମିଲ ହୋଇଥିଲେ, ଶତାଧିକ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ମାନେ ଏହି ରାଲି ରେ ସାମିଲ ହୋଇଥିଲେ,ପରେ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା, ଆଠଗଡ ଖାଉଟି କଲ୍ୟାଣ ସଂଘର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ଆଠଗଡ ଉପଜିଲ୍ଲାପାଳ ଅମୀୟ କୁମାର ସାହୁ, ସେ କହିଲେ ଖାଉଟି ମାନେ ସଚେତନ ହେଲେ ବ୍ୟବସାୟୀ ସଚେତନ ହେବେ,ଏବେ ପାଣି ପାଉଚ ମାନଙ୍କରେ ଯେପରି ତାରିଖ ପକା ଯାଉନାହିଁ ତା ଉପରେ ପ୍ରଶାସନ ଚଢ଼ାଉ କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ଉପଜିଲ୍ଲାପାଳ କହିଥିଲେ,ଏଥିରେ ବରିଷ୍ଠ ଆଇନଜୀବୀ ଅଡେଇତ ଚରଣ ପଣ୍ଡା,ଖାଉଟି କଲ୍ୟାଣ ସଂଘର ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ଆଠଗଡ ଯୋଗାଣ ବିଭାଗ ଅଧିକାରୀ ନିରୋଦ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଥିଲେ,ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତାରେ ପୁରସ୍କୃତ କରାଯାଇଥିଲା।

Leave a comment

Your email address will not be published. Required fields are marked *