#Breaking News #District

ରାସ୍ତା କଡରୁ ଦୁଇ ଶିଶୁ କନ୍ୟା ଉଦ୍ଧାର


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ମାହାସିଙ୍ଗ ଗ୍ରାମପଂଚାୟତ ର ଏକଲବ୍ୟ ବିଦ୍ୟାଳୟ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଆଜି ସକାଳୁ କିଛି ଦୁର୍ବୁତ୍ତ ଦୁଇ ଶିଶୁ କନ୍ୟାକୁ ସେଠାରେ ଛାଡି ପଳାଇଥିଲେ, ପ୍ରାୟ 10:30 ସମୟରେ କୌଣସି ସୂତ୍ରରୁ ଖବରପାଇ କ. ନୂଆଗାଁ ସିଡିପିଓ ଶ୍ରୀମତୀ ଦ୍ରୋପଦୀ କହଁର ଓ ଅଧସ୍ତନ କର୍ମଚାରୀ ମାନେ ଘଟଣା ସ୍ଥଳ ରେ ପହଂଚି ସେଠାରୁ ଦୁଇ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା ପାଇଁ କ. ନୂଆଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଏବଂ ସେଠାରେ ଦୁଇ ଶିଶୁ କନ୍ୟାକୁ ଡାକ୍ତର . ପ୍ରିୟଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଅବଜେ୍ରବେଶନ ରେ ରଖିଥିଲେ l ଦୁଇ ଶିଶୁକନ୍ୟା ଙ୍କର ଓଜନ ପାଖାପାଖି ଦୁଇ କେଜି ରହିଛି l ବର୍ତମାନ ଶିଶୁକନ୍ୟା ଦୁହିଁକୁ ଫୁଲବାଣୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚାଇଲଡଲାଇନ ଦ୍ୱାରା ପଠାଯାଇଥିଲା l
ତେବେ କନ୍ୟା ସନ୍ତାନ ହୋଇଥିବାରୁ ପିତାମାତା ହୁଏତ ଛାଡି ଚାଲିଯାଇଥିବା କୁହାଯାଉଛି l ଏଦୁଇ କନ୍ୟା ସନ୍ତାନ କାହାର ଓ କେଉଁ ପରିସ୍ଥିତି ରେ କିଏ କାହିଁକି ରାସ୍ତା କଡରେ ଛାଡିଲା ସେ ନେଇ ତଦନ୍ତ ପରେ ଜଣା ପଡ଼ିବ ବୋଲି ଚାଇଲଡ ଲାଇନ କତୃପକ୍ଷ କହିଛନ୍ତି l

udayalabanya june 25 to july 1

Leave a comment

Your email address will not be published. Required fields are marked *