#Breaking News

କଟାପାଲି ଗାଁ ରେ ରକ୍ତଦାନ ଶିବିର


ବରଗଡ଼(ଉଲାପ୍ର୍)
)କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ମାନ୍ୟବର ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି କଟାପାଲି ଗାଁ ଜବାହର ଯୁବକ ସଂଘ କ୍ଲବ (ରାମଜୀ ମଣ୍ଡପ) ପ୍ରାଂଗଣ ରେ ବିଜୁ ଯୁବ,ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୫୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମୁଖ୍ଯ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ଯ, ସମ୍ମାନୀତ ଅତିଥି ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଓ ଡାକ୍ତର ରାଜେଶ ତ୍ରିପାଠୀ ଫିତା କାଟି ଉଦ୍ଘାଟନ କରିଥିଲେ ।ଏଥିରେ ଜୀବନ ବିନ୍ଦୁର ଜିଳ୍ଲାସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ,କଟାପାଲି ସରପଞ୍ଚ ଶ୍ରୀମତୀ ଯମୁନା ସାହୁ,ଭିଷ୍ମ ଦେବ ଦାଶ, ଆଶିଷ କର ପ୍ରଫୁଲ୍ଲ ମହଣା, ରମେଶ ସାହୁ, ମାନସ ମେହେର, ଅନନ୍ତ ସାହୁ,ସୁଦିପ ଦାଶ,ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Leave a comment

Your email address will not be published. Required fields are marked *