#Breaking News

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ


ବରଗଡ଼ :- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଧାନ କ୍ରୟ କେନ୍ଦ୍ର(ମଣ୍ଡି)ରୁ ଆଜି ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଛି। ଜବତ ଧାନର ପରିମାଣ ୩୨ କୁଇଣ୍ଟାଲ ୯୦ କିଗ୍ରା ରହିଛି । ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) କର୍ମଚାରୀ ଶରତ ଚନ୍ଦ୍ର ହଂସଙ୍କଠାରୁ ତାହା ଜବତ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଜବତ ଧାନକୁ ନିକଟସ୍ଥ ହନୁମାନ ଫୁଡ୍‌ ପ୍ରଡ଼କ୍ଟସ୍‌ ରାଇସ ମିଲ ଜିମାରେ ରଖାଯାଇଛି । ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଏକ ଟିମ୍‌ ପହଞ୍ଚି ଧାନକୁ ଜବତ କରିଥିଲେ। ଜବତ ଧାନ କାହାର ଜଣାପଡ଼ି ନାହିଁ । ଏ ନେଇ ଯୋଗଣ ବିଭାଗ ଅଧିକ ତଦନ୍ତ କରୁଛି।

Leave a comment

Your email address will not be published. Required fields are marked *