#Breaking News #Uncategorized

ମୋଦିଙ୍କ ନେତୃତ୍ୱାଧୀନ ସରକାରର ସାତ ବର୍ଷ ପୂର୍ତ୍ତି ଅବସରରେ ସଚେତନତା କାର୍ଯ୍ୟକ୍ରମ..


କନ୍ଧମାଳ,୩୦/୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଆଜି ସାତ ବର୍ଷ ପୂର୍ତ୍ତିହେଲା । ଏହି ଉପଲକ୍ଷେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କରେ ସେବା କାର୍ଯ୍ୟ କରାଯାଇଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ବୁଲି ବୁଲି ମାସ୍କ, ସାନିଟାଇଜର, ପାଣି ବୋତଲ, ବିସ୍କୁଟ, ରନ୍ଧା ଖାଦ୍ୟ, ରାସନ ସାମଗ୍ରୀ ବାଣ୍ଟିବା ସହିତ କେତେକ ସ୍ଥାନରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କରିଥିଲେ । ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ ମାନେ ନିଜ ନିଜ ପଞ୍ଚାୟତରେ କାମ କରିଥିବାବେଳେ ମଣ୍ଡଳ ସଭାପତି ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ।ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା ଓ ଜିଲ୍ଲା ଉପ-ସଭାପତି ରମେଶ ଚନ୍ଦ୍ର ମହାନ୍ତି ନେତୃତ୍ୱ ନେଇଥିବାବେଳେ ବାଲିଗୁଡ଼ା ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ଜିଲ୍ଲା ସାଧାରଣ ସଂପାଦକ ଦ୍ୱୟ ଦେବେନ୍ଦ୍ର କୁଦେଇ ଓ ମାନଗୋବିନ୍ଦ ପ୍ରଧାନ ନେତୃତ୍ୱ ନେଇଥିଲେ । ସର୍ବୋପରି ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁ ମାର୍ଗଦର୍ଶନ ଦେଇ ପରିଚାଳନାର ଦାୟିତ୍ୱ ନେଇଥିଲେ ।

Leave a comment

Your email address will not be published. Required fields are marked *