#Uncategorized

ଅଧାରାସ୍ତାରେ ଛାଡ଼ି ପଳାଇଲା ୧୦୮ ଆମ୍ୱୁଲାନ୍ସ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମରିଗଲା ମଣିଷ ପଣିଆ। ୨୦୦ ଟଙ୍କା ପାଇଁ ୨ ମାସର ଗୁରୁତର ଶିଶୁକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ ଡ୍ରାଇଭର। ଅଧାରାସ୍ତାରେ କାକୁତି ମିନତି ହୋଇଥିଲେ ମଧ୍ୟ ଶୁଣିନଥିଲା। ୨୦୦ ନେଇ ପୁଣି ଟଙ୍କା ମାଗିଲା, ନ ଦେବାରୁ ଅଧା ରାସ୍ତାରେ ଛାଡ଼ି ପଳାଇଥିବା ଶିଶୁର ବାପା ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ। ସୂଚନା ଅନୁସାରେ ବ୍ରହ୍ମପୁର ଏମକେସିଜି କର୍ତ୍ତୃପକ୍ଷ ଜଣେ ୨ ମାସର ଗୁରୁତର ଶିଶୁକୁ ୧୦୮ ଆମ୍ୱୁଲାନ୍ସରେ କଟକ ପଠାଇଥିଲେ। ତେବେ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଡ୍ରାଇଭର ଟଙ୍କା ପାଇଁ ଯୁକ୍ତି କରିଥିଲେ। ପରେ ରାସ୍ତା ଉପରେ ମାଆ, ଛୁଆ ଓ ବାପାଙ୍କୁ ଛାଡ଼ି ପଳାଇ ଯାଇଥିଲା। ସ୍ଥାନୀୟ ଲୋକେ ଆଉ ଏକ ଆମ୍ବୁଲାନ୍ସରେ ଶିଶୁକୁ MKCG ଫେରାଇଥିଲେ। ଅଭିଯୋଗ ହେବା ପରେ ସଂପୃକ୍ତ ଆମ୍ବୁଲାନ୍ସ ଚାଳକଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a comment

Your email address will not be published. Required fields are marked *