#Breaking News

ପୁଣି କନ୍ଧମାଳ ରେ ଲାଗିଲା ମାଓ ପୋଷ୍ଟର ଲୋକେ ଭୟଭିତ


ଫୁଲବାଣୀ(ସୁନୀଲ ପଟନାୟକ )

ଶନିବାର କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ରଡିଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଲାଗିଛି ମାଓ ବ୍ୟା ନର l
ଏଥିରେ ମାଓ ବାଦୀ ମାନେ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି l
ଫଳରେ ଅଂଚଳବାସୀ ଭୟ ଭୀତ ହୋଇ ପଡିଛନ୍ତିl
ସୂଚନା ଯୋଗ୍ୟ ଯେ ଗତକାଲି ରାଜ୍ୟ ପୋଲିସ ଡ଼ି ଜି ସୁନୀଲ ବଂଶଲ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ କନ୍ଧମାଳ ଜ଼ିଲ୍ଲା ଗସ୍ତ ରେ ଆସି କମ୍ବିଙ୍ଗ ଅପେରସନ କୁ ଜୋରଦାର କରିବା ସହ ମାଓ ଦମନ ରଣନୀତି ନେଇ ଆଲୋଚନା କରି ଥିଲେ l
ସେହିପରି ପଂଚାୟତ ନିର୍ବାଚନ ଯେପରି ଅବାଧ, ମୁକ୍ତ ନିରପେକ୍ଷ ଭାବେ ହେବ ସେ ନେଇ ଆଲୋଚନା କରିଥିଲେ lତେବେ ଡିଜି ଯିବାର ଚବିସ ଘଣ୍ଟା ନ ପୂରୁଣୁ ମାଓବାଦୀ ମାନେ ସକ୍ରିୟ ହୋଇପଡିଛନ୍ତି l ପୁଣି
ପୋଷ୍ଟର ଲଗାଇଛନ୍ତି l
ଏହାପୂର୍ବରୁ ମାଓ ବାଦୀ ମାନେ ଫିରିଙ୍ଗିଆ ଥାନା ଅଂଚଳ ରେ ରାସ୍ତା କାମରେ ନିୟୋଜିତ ଠିକାଦାର ଙ୍କ ଜେ ସି ବି, ଟ୍ରାକ୍ଟର ଆଦି ପୋଡି ଦେବା ସହ ବିଭିନ ସ୍ଥାନରେ ମାଓ ପୋଷ୍ଟର, ବ୍ୟାନେର ମଧ୍ୟ ମାରିଥିଲେl
ମାଓ ବାଦୀ ଙ୍କ ଲାଣ୍ଡ ମାଇନ ବିସ୍ଫୋରଣ ରେ ଜଣଙ୍କ ମୃତ୍ୟୁ ଘଟିଥିଲା

Leave a comment

Your email address will not be published. Required fields are marked *