#Breaking News

ବିଜେପୁର ବ୍ଲକ ରେ ମେଗା ସମନ୍ବୟ ମେଳା

ବରଗଡ(ଉଲାପ୍ର)
ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ପ୍ରାଙ୍ଗଣରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ପକ୍ଷରୁ ଋଣ ସମନ୍ବୟ ମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୀବିକା ମିଶନ ସଂଯୋଜକ ଶଙ୍କର ଚଳାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନା ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଜେପୁର ବ୍ଲକ ର ସମସ୍ତ ବ୍ୟାଙ୍କର, ଆଇସିଡି଼ଏସ କର୍ମୀ, ମିଶନ ଶକ୍ତି ସଂଯୋଜକ ଅଂଶଗ୍ରହଣ କରିଥିଲେ l ବିଏଲସି ଶାନ୍ତନୁ କୁମାର ପ୍ରଧାନ ଅତିଥି ପରିଚୟ କରିଥିବା ବେଳେ ଅଞ୍ଜନ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ସଭା ରେ ଜ଼ିଲ୍ଲା ଜୀବିକା ମିଶନ ତରଫରୁ ବିଭିନ୍ନ ସରକାରୀ ଯୋଜନା ଜରିଆରେ ଥିବା ଋଣ, ବୀମା ଓ ରିହାତି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା l ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରକାରୀ ଯୋଜନା ଓ ଜୀବିକା ର ବିକାଶ ଉପରେ ସୂଚନା ପ୍ରଦାନ କରିଥିଲେ l ଏଥିରେ ଆଠ ଟି ବ୍ୟାଙ୍କ ତରଫରୁ 167 ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ତିନି କୋଟି ଅନତିରିଶ ଲକ୍ଷ ରୁଣ ପ୍ରଦାନ କରାଯାଇଥିଲା l ପରିଶେଷରେ ନରେଶ ବରିହା ଧନ୍ୟବାଦ ଅର୍ପଣ କରିଥିଲେ

Leave a comment

Your email address will not be published. Required fields are marked *