#Breaking News

ଜିଲ୍ଲା ସ୍ତରିୟ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲରେ ଲାଇନପଡା ଚାମ୍ପିୟନ


ଫୁଲବାଣୀ (ସୁନୀଲ ପଟନାୟକ )
ଶୁକ୍ରବାର ଆଡିନିଗଡ ବନା ମ ଲାଇନପଡା ମଧ୍ୟରେ ଫାଇନାଲ କ୍ରିକେଟ ମ୍ୟାଚ ବୁରୁପଡା ପଡିଆରେ ଅନୁଷ୍ଠିତ ହେଇଥିଲା l
ଆଡ଼ନୀଗଡ ଅଧି ନାୟକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ, କିନ୍ତୁ ପ୍ରଥମ ଓଭର ରେ ଉଇକେଟ ହରାଇ ବିପଦର ସମୁଖୀନ ହେଇଥିଲେ, ଲଗାତାର ଉଇକେଟ ପଡିଯିବା ପରେ ଦଳ 20 ଓଭର ମ୍ୟାଚ ରେ 14 ଓଭର ରେ ସମସ୍ତ ଉଇକେଟ ହରାଇ 54 ରନ କରିପାରିଥିଲେ l
ଲାଇନପଡା ଟିମ 55 ଟାର୍ଗେଟ କୁ ପିଛା କରି ମାତ୍ରଗୋଟିଏ ଉଇକେଟ ହରାଇ ଲାଇନ ପଡା ଟିମ 55 ରନ କରିଥିଲେ, ଲାଇନପଡା ଟିମ ର ରୋକି. ମାନସ ଯଥାକ୍ରମେ 32 ଓ , 20 ରନ କରି ଅପରାଜିତ ରହି ଦଳକୁ ଚମ୍ପିୟନ କରିଥିଲେ, l
ମ୍ୟାଚ ପରିଚାଳନା କରିଥିଲେ ଦିନବନ୍ଧୁ ନାୟକ, ସିଦ୍ଧାର୍ଥ ଭୋଇ, ଚିଫ ଗେଷ୍ଟ ସ୍ଥାନିଅ ସରୋପଞ୍ଚ କିଶୋର କହର, ରତିକାନ୍ତ ଭୋଇ, ଥିଲେ, ମଧ୍ୟାନରେ ବିଜେପି ଜିଲ୍ଲାପରିସଦ ପାର୍ଥୀନୀ ରଂଚନା ନାୟକ ଓ ଶେଷରେ ବିଜେଡି ଜିଲ୍ଲା ପରିସଦ ପାର୍ଥୀନୀ ଶ୍ରୀମତୀ ମମତା ରାନୀ ବେହେରା ବିଜେତାଅଧିନାୟକ ରଙ୍ଗିନ ନାୟକ ଙ୍କୁ ଟ୍ରଫି ପ୍ରଦାନ କରିଥିଲେl ଖେଳରେ ମାନ ଅଫ ଦି ମ୍ୟାଚ ମାନସ ମୁଖି ଓ ମ୍ୟାନ ଅଫ ଦି ସିରିଜ ରୋକି ଦିଗାଲ ଙ୍କୁମଧ୍ୟ ପୁରସ୍କୃତ କରିଥିଲେ, l
ଅଂଚଳ ର ରଙ୍ଗୀନ, ବିକୁନ, କାହ୍ନl, ମମୀ, ରୋଶନ, ବଳିଆ,ପ୍ରମୁଖ ମ୍ୟାଚ ରେ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *