#Breaking News

ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ପାଳିତ

ବରଗଡ : (ସତ୍ୟ ନାରାୟଣ ପ୍ରଧାନ)
ହେ ବରପୁତ୍ର ଓଡ଼ିଶା ମାଟିର ତୁମକୁ କୋଟି ପ୍ରଣାମ……. ଗୀତ ର ମୂର୍ଚ୍ଛନା ରେ ଉଦ୍ଭାସିତ ହୋଇ ଉଠିଥିଲା ଆଜି ଜିଲ୍ଲା ଓକିଲ ସଂଘ ର ପ୍ରେଖ୍ୟାଳୟ। ପବିତ୍ର ଆଇନଜୀବୀ ଦିବସ ତଥା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ସମାରୋହ ରେ ବରଗଡ ଜିଲ୍ଲା ଓ ଦୌରାଜଜ ଶ୍ରୀ ଅସୀମ ଦଳବେହେରା ମୁଖ୍ୟ ଅତିଥି ଓ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ

ଶ୍ରୋତଶ୍ଵିନି କର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ମୁଖ୍ୟ ଅତିଥି ଶ୍ରୀ ଦଳ ବେହେରା ଓକିଲ ସଂଘ ପରିସରରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ସଙ୍ଘ ର ମହିଳା ସଦସ୍ୟା ମାନଙ୍କ ଦ୍ଵାରା ପ୍ରସ୍ତୁତ ସଂଘ ର ପ୍ରାଚୀର ପତ୍ର ନ୍ୟାୟଶିଖା କୁ ଉନ୍ମୋଚନ କରିଥିଲେ।ସଂଘ ର ସମ୍ମିଳନୀ କକ୍ଷରେ ଜିଲ୍ଲା ଓକିଲ ସଂଘ ର ସଭାପତି ଚନ୍ଦ୍ରଧ୍ଵଜ ଜାଲ ଙ୍କ ସଭାପତିତ୍ବ ରେ ଓ ସାଧାରଣ ସମ୍ପାଦକ ହରିହର ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଜୟନ୍ତୀ ସମାରୋହ ରେ ଶ୍ରୀ ଦଳବେହେରା ଓ ଶ୍ରୀମତୀ କର ମା ସମଲେଶ୍ଵରୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ପରେ ବୁଦ୍ଧଦେବ ବାରିକ ଙ୍କ ସଂଯୋଜନା ତଥା କୁଳମଣି ଭୋଷାଗର ଓ ତୁଲାରାମ ମହାନନ୍ଦ ଙ୍କ ସଙ୍ଗୀତ ରେ ଶୁଭଲକ୍ଷ୍ମି ଦାଶ, ସବନମ ଦାଶ ଓ ଆଁଚଲ ଚୌଧରି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଓକିଲାତି ରେ ୩୫ ବର୍ଷ ରୁ ଉର୍ଦ୍ଧ୍ବ ସଂଘ କୁ ସେବା ଦେଇଥିବା ବରିଷ୍ଠ ଆଇନଜୀବୀ ପଞ୍ଚାନନ ମିଶ୍ର , ଯଜ୍ଞେଶ୍ୱର ସାହୁ, ମଧୁସୂଦନ ପଣ୍ଡା,ଅଶ୍ଵିନୀ ଦାଶ, ଶ୍ରୀଧର ସାହୁ,ରୁଦ୍ର ପ୍ରତାପ ପଣ୍ଡା,ରମେଶ ଚନ୍ଦ୍ର ନନ୍ଦ,ସୁଶିଲ କୁମାର ମିଶ୍ର,ଓ ସୁକାନ୍ତ ଦାଶ ଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ପକ୍ଷରୁ ଉଭୟ ଅତିଥି ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ର ଉପ ସଭାପତି ହେମନ୍ତ ପୁରୋହିତ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।
ଆଜି ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀ ଏସ. ମୁରଲୀଧର ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ର ସମସ୍ତ ଜିଲ୍ଲା ର ନ୍ୟାୟଧିକାରୀ,ଓକିଲ ମାନଙ୍କୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ରେ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ନ୍ୟାୟିକ ଯୋଜନା ସମ୍ପର୍କରେ ଅବତାରଣା ଦେଇଥିଲେ।

Leave a comment

Your email address will not be published. Required fields are marked *