#Breaking News

ପୂର୍ବତନ କର୍ମଚାରୀ ନେତା ବ୍ରହ୍ମାବେହେରା ଙ୍କ ପରଲୋକ


ଫୁଲବାଣୀ(ସୁନୀଲ ପଟନାୟକ )
ପୂର୍ବତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ସଭାପତି, ଜିଲା ପାଣ ସମାଜ କଲ୍ୟାଣ କମିଟି ର ପୂର୍ବତନ ସଭାପତି, ମିଳିତ ନାଗରିକ କମିଟି ସଦସ୍ୟ,ବ୍ରହ୍ମାନନ୍ଦ ବେହେରା ଙ୍କ ଆଜିସକାଳେ ଡାକପାଲା ସ୍ଥିତ ବାସଭବନ ରେ ପରଲୋକ ହେଇଯାଇଛି l
ମୃତ୍ଯୁ ବେଳକୁ ତାଙ୍କୁପାଖl ପାଖି ୮0ବର୍ଷ ହୋଇ ଥିଲା lବ୍ରହ୍ମଲବେହେରାଙ୍କ ମୃତ୍ଯୁ ରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ, ମିଳିତ ନାଗରିକକମିଟି ସଭାପତି ଡ଼ଃ. ଅରୂପ ଜେନା, ଜିଲା ପ୍ରେସ କ୍ଳବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, କାର୍ଯ୍ୟକାରି ସଭାପତି ଅଶୋକ ପରିଡ଼ା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ନାରାୟଣ ସାହୁ, କଂଗ୍ରେସ ନେତା ଘନ ଶବର, ବଦ୍ୟନାଥ ବେହେରା, ଆଇନଜୀବୀ ଅଜୟ କୁମାର ସିଂହ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଂଗେ ସଂଗେ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ l
ସେ ଜଣେଭଦ୍ର, ସରଳ, ଅମାୟିକ, ଵ୍ୟକ୍ତି ଥିଲେ l
ସ୍ବର୍ଗତ ବେହେରାସର୍ବଦାକର୍ମଚାରୀ,ଓ ହରିଜନ ଜାତି ର ନ୍ୟାର୍ଯ୍ୟ ଦାବି ପାଈଁ ଲଢେ଼ଇ କରୁଥିଲେ l
ମୃତ୍ଯୁ ଖବର ପାଇ ବହୁ ବିଶିଷ୍ଟ ଵ୍ୟକ୍ତି ଶେଷ ଦର୍ଶନ କରିବାକୁ ବାସ ଭବନ ରେ ପହଂଚିଥିଲେ l

Leave a comment

Your email address will not be published. Required fields are marked *