#Breaking News #Uncategorized

ବିଧବା ଭତ୍ତା ପ୍ରହସନ ,ଭତା ଗଣ୍ଡାକପାଇଁ ମାସ ମାସ ଧରି ଦଉଡି ନୟାନ୍ତ ମଲ୍ଲୀଫୁଲ


ଫୁଲ ବାଣୀ-(ସୁନୀଲ ପଟନାୟକ ) ସରକାର ଅ ସହାୟ ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ପ୍ରଣୟନ କରିଛନ୍ତି। ପ୍ରତିମାସରେ ୫ଶହ ଟଙ୍କା ଲେଖାଏଁ ଉତ୍ତ । ପ୍ରଦାନ କରୁଛନ୍ତି ସରକାର। ହେଲେ ଦାରିଙ୍ଗବାଡି ବ୍ଳକ ସିମନବାଡି ପଞ୍ଚାୟତର ଗବାଟ ବାଡି ଗ୍ରାମର ବିଧବାମଲିଫୁଲ ପ୍ରଧାନଙ୍କ ସ୍ଵାମୀଙ୍କ ମୃତ୍ୟୁର ୯ମାସ ବିତିଯାଇଥିଲେ ମଧ୍ୟ ତାଙ୍କୁ ବିଧବା ଭତ୍ତା ମିଳି ପାରିନାହିଁ। ସେହିପରି (ଏନଏଫଏଫ ଡବ୍ଲ୍ଜା) ଜାତୀୟ ପରିବାର ମଙ୍ଗଳ ଯୋଜନାରେ ମଧ୍ୟ ଆର୍ଥିକ ସହାୟତା ମିଳିନି ା ବାରମ୍ଵାର ମଲି ଫୁଲ ପଞ୍ଚାୟତ ଠୁ ଆରମ୍ଭ କରି ବିଡ଼ିଓ କୁ ଜଣାଇଥିଲେ ମଧ୍ୟ ତାଙ୍କ ଗୁହାରୀ ବାବୁମାନେ ଶୁଣୁ ନ ଥିବା ମଲି ଫୁଲ ଅଭିଯୋଗ କରିଛନ୍ତି।
ଦାରିଙ୍ଗବାଡି ବ୍ଲ୍କକ ସାମାଜିକ ସୁରକ୍ଷା ଅଧିକାରି ଙ୍କ ମନମୁଖି କ। ରବାର , ଦୁର୍ନିତୀ ପୂର୍ଣ୍ଣ ମନୋଭାବ ଯୋଗୁଁ କେବଳ ମଲି ଫୁଲ ଏକା ନୁହନ୍ତି ଅନେକ ବିଧବା ବୁଦ୍ଧ,ଅକର୍ମଣ୍ୟଉତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନଥିବା ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟଯେ ଗବାଟ ବାଡ଼ି ଗ୍ରାମର ମଲି ଫୁଲ ପ୍ରଧାନଙ୍କ ସ୍ଵାମୀ ବେନାରା ପ୍ରଧାନଙ୍କ ୨୦୨୦ ଅଗଷ୍ଟ ୧୭ରେ ପରଲୋକ ହୋଇଥିଲା। ମୃତ୍ୟୁକୁ ୯ ମାସ ହେଲାଣି ହେଲେ ଏଯାଏ ମଲି ଫୁଲକୁ କୈଣସି ସହାୟତା ମିଳିନି ।ଫଳରେ ସ୍ୱାମୀଙ୍କ ଅବର୍ତ୍ତମାନରେଦୁଇ ଝିଅ ପାଇଁ ଦୁଇଓଳା ଦୁଇ ମୁଠାଦାନ । ଯୋଗାଡ କରିବା କଷ୍ଟ ହୋଇ ପଡୁଛି ତାଙ୍କ ପକ୍ଷେ । ଶେଷରେ ଝିଅ ଦୁଇଟା ପାଠ ଛାଡ଼ି ଦେବାକୁ ବସିଥିବା ବିଧବ ।ମଲି କହିଛନ୍ତି ।
ତେବେ ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବଳରାମ ସେଠି ଙ୍କୁ ପଚାରିବାରେ ସେ ଏନେଇ ତଦନ୍ତ କରି ଯଥାଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ତେ6ବବିଧବା ମଲି ଫୁଲଙ୍କୁ କେବେ ସରକାରୀ ସହାୟତା ମିଳିବ ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *