#Breaking News

ଅଶୋକ କୁମାର ଦାଶ ଙ୍କୁ ଯୁବ ସମ୍ରାଟ ଗୌରବ ସମ୍ମାନ-୨୦୨୧

ଆଠଗଡ଼ ଅନ୍ତର୍ଗତ କନ୍ଦରପୁର ଗ୍ରାମ ପଞ୍ଚାୟତର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ଓ ବାଙ୍କିର ଆଦର୍ଶ ଯୁବ ପରିଷଦର ମିଳିତ ଆୟୋଜନରେ ଏକ ସମ୍ୱର୍ଦ୍ଧନା ଉତ୍ସବ କନ୍ଦରପୁର ଠାରେ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବ ରେ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନ ର ଯୁବ ସଂଯୋଜକ ଶ୍ରୀ ଅଶୋକ କୁମାର ଦାଶ ଙ୍କୁ ତାଙ୍କ ଉପ ନିର୍ଦ୍ଦେଶକ(Deputy Director) ପଦ୍ଦୋନ୍ନତୀ ଓ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ “ଯୁବ ସମ୍ରାଟ ଗୌରବ ସମ୍ମାନ-୨୦୨୧” ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଫ୍ରେଣ୍ଡସ କ୍ଲବର ସଭାପତି ପ୍ରିୟବ୍ରତ ଦାସ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନୀ ଯିବି ତଥା ସମାଜସେବୀ ପ୍ରାଣକୃଷ୍ଣ ଦାଶ,

ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ପ୍ରଫେସର ଡକ୍ଟର ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ସମାଜସେବୀ କେଶବ ଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁଦର୍ଶନ ସାହୁ, ବରିଷ୍ଠ ସାମ୍ବାଦିକ ସର୍ବେଶ୍ଵର ପଣ୍ଡା, ଶିକ୍ଷାବିତ୍ ମନୋଜ କୁମାର ରାଉତ, କବି ବଂଶୀଧର ମହାପାତ୍ର ଆଦି ଉପସ୍ଥିତ ରହି ଶ୍ରୀ ଦାଶ ଙ୍କ ପରୋପକାରୀ ମନୋଭାବ, ଯୁବକ ସୁଲଭ ଗୁଣ, ସାଙ୍ଗଠନିକ ଦକ୍ଷତା, ଅନୁଶାସନ ଓ ବିଶେଷ କରି କଟକ ଜିଲ୍ଲା ରେ ତାଙ୍କର କର୍ମ ଭୂମି ଭାବେ ବିଶେଷ ପ୍ରତିଷ୍ଠିତ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ। ନୂତନ ପଦୋନ୍ନତି ଦ୍ଵାରା ତାଙ୍କର କାଯ୍ୟ ଶୈଳୀ ଆହୁରି ମାର୍ଜିତ ହେବା କାମନା କରିଥିଲେ। ଉଭୟ ଅନୁଷ୍ଠାନ ତରଫରୁ ଶ୍ରୀ ଦାଶ ଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର, ସମ୍ରାଟ ପଗଡ଼ି ସହ ଔପଢକନ୍ ପ୍ରଦାନ କରାଯାଇଥିଲା।ନିଜର ବ୍ୟକ୍ତବାରେ ଶ୍ରୀ ଦାଶ ତାଙ୍କ ଚାକିରୀ ଅବଧି ଭିତରେ କଟକ ଜିଲ୍ଲାରେ ଗ୍ରାମର ଯୁବାନୁଷ୍ଠାନ ସହ ମିଶି କାର୍ଯ୍ୟ କରିବାର ନିଆରା ଅନୁଭୂତି ବଖାଣି ଥିଲେ। କବି ଓ ପ୍ରଶିକ୍ଷକ ଲଲାଟେନ୍ଦୁ ପଣ୍ଡା ସଭା ସଂଯୋଜନା କରିଥିଲେ ଏବଂ ଆଦର୍ଶ ଯୁବ ପରିଷଦ ର ଆବାହକ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ବର୍ଦ୍ଧନା ସଭାପୂର୍ବରୁ ଆଠଗଡ଼ ର ଭୂତପୂର୍ବ ବାନପାଳ ଶ୍ରୀ ଗୌର ଗୋପାଳ ସି ଏବଂ କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ବରିଷ୍ଠ କର୍ମଚାରୀ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଙ୍କ ଅକାଳ ନିଧନ ହୋଇଥିବାରୁ ତାଙ୍କ ଅମର ଆତ୍ମାର ସତ୍ ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ଫ୍ରେଣ୍ଡସ୍ କ୍ଲବ ତରଫରୁ ସମ୍ପାଦକ ଭାସ୍କର ଚନ୍ଦ୍ର ବେହେରା, ସଭ୍ୟ ତପନ କୁମାର ସାହୁ, ସୂର୍ଯ୍ୟକାନ୍ତ ସେଠି, ପ୍ରକାଶ ଚନ୍ଦ୍ର ଦଳାଇ, ସଂଜିତ୍ ବାରିକ, ମଧୁ ସାହୁ, ପ୍ରଦୀପ କୁମାର ସାହୁ, ଜିତେନ୍ଦ୍ର ସାହୁ, ଯଦୁମଣି ସାହୁ, ଚନ୍ଦନ ନାୟକ ଆଦି ସଭା କାର୍ଯ୍ୟ ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତେ ମୁଁହ ରେ ମାସ୍କ୍ ପିନ୍ଧି କୋରୋନା କଟକଣା କୁ ଅନୂପାଳନ କରା ଯାଇଥିଲା।

Leave a comment

Your email address will not be published. Required fields are marked *