#Breaking News #Uncategorized

ଆଗକୁ ବର୍ଷାଦିନ, ପୋଲ ହେବ କେବେ ? ମଟର ଟ୍ଯୂବ ଭରସା


ଫୁଲବାଣୀ- (ସୁନୀଲ ପଟନାୟକ)
ଆଗକୁ ବର୍ଷା ଆସିବ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ୫ଟି ଗ୍ରାମର ଲୋକେ ବର୍ଷା ଦିନେ ମଟର ଟ୍ଯୂବରେ ଉଚ୍ଛୁଳାନଦୀ ପାରି ହୋଇଯିବାଆସିବା କରିବେ । ସରକାରୀ ମୋଟରଲଞ୍ଚ କିମ୍ବା ଡଙ୍ଗା ବ୍ୟବସ୍ଥା ମଧ୍ୟ ନାହିଁ।
ପୋଲ ଟିଏ ନିର୍ମାଣ କରିବାପାଇଁ ଗ୍ରାମବାସୀ ଦୀର୍ଘବର୍ଷ ହେଲାଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନି। ଫଳରେ ପ୍ରତିବର୍ଷ ବର୍ଷ ।ଆସିଲେ ଏମାନଙ୍କ ଦୁଃଖ ବଢିଯାଏ । ଜୀବନକୁ ବାଜି ଲଗାଇ ଏହି ଗ୍ରାମର ଲୋକମାନେ ନଦୀ ପାରି ହୋଇଯାଆ ସ କରିଥାନ୍ତି ।
ଏ ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନୁଆଗାଁ ବ୍ଲକର ମାହା ସିଙ୍ଗ ପଞ୍ଚାୟତରେ।
ଏହିପଞ୍ଚାୟତର ୧୨ଓ୧ ନମ୍ବର ୱ।ର୍ଡରେ ରହୁଥିବା ବଗାଡି,6 ଗାଛାପଡ଼ା,କୁବେର ମୁଣ୍ଡ । , ଇନ୍ଦିରାଜ ଓ ସାଇନ ପଡ଼ା ପଞ୍ଚା ୟତର ଜାରଙ୍ଗା ଆଦି ଗ୍ରାମଖଡ଼ଗ ନଦୀ ଆ ରପଟରେ ଅଛି । ଏ ସବୁ ଗ୍ରାମରେ ଶତାଧିକ ଲୋକ ବାସ କରୁଛନ୍ତି । ହେଲେ ପୋଲ ନ ଥିବାରୁ ସେମାନେ. ଗମନାଗମନରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସରକାରଙ୍କ ଟଙ୍କିକିଆ ଚାଉଳ ହେଉ କି ଭତ୍ତା ହେଉ ଏଥିପାଇଁ ସେମାନେ ମହାସିଙ୍ଗ ପଞ୍ଚାୟତ ନଚେତ ବାଲିଗୁଡ଼ା ଉପରେ ନିର୍ଭର କରନ୍ତି। ରାସନ ନେଇ ଲୋକେ ଏହି ଟ୍ଯୂବ ସାହାଯ୍ୟରେ ଯା ଆସ କରିଥାନ୍ତି ବୋଲି ଗ୍ରାମର ପ୍ରଫୁଲ ଦଳପତି କହିଛନ୍ତି । ବେଳେବେଳେ ଲୋକେ ପ୍ରଖର ସୁଅରେ ଭାସିଯାଇ ମୃତ୍ୟୁବରଣ ମଧ୍ୟ କଲେଣି ।
ମୁଖ୍ୟମନ୍ତ୍ରୀ, ୫ଟି ସଚିବ,ଗ୍ରାମ୍ୟ ଉନ୍ନୟନ ସଚିବ ଓମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପୋଲ ନିର୍ମାଣ କରିବାକୁ ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *