#Breaking News

ମାର୍କେଟ ୟାର୍ଡରେ ଚାଷୀଙ୍କ ମୃତ୍ୟୁ


ବରଗଡ଼:-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନ ଜାମସେଠ ନିକଟ ଛିନ୍ଦେକେଲା ଧାନ ମଣ୍ଡିରେ ଆଜି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଇକମାଲ ବ୍ଳକ ଟେମରିମାଲ ଗ୍ରାମର ପ୍ରହଲ୍ଲାଦ ରାଉତ(୭୫)।
ସୂଚନା ମତେ, ପ୍ରହଲ୍ଲାଦ ଧାନ ବିକ୍ରି ପାଇଁ ମଣ୍ଡିକୁ ଟୋକନ ଯାଞ୍ଚ କରିବାକୁ ଆସିଥିଲେ। ସେ ଯାଞ୍ଚ ବେଳେ ତାଙ୍କର ମାତ୍ର ୬ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଥିବା ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷେ ସେ ୫ ଏକର ଜମିରେ ଧାନ ଚାଷ କରିଥିଲେ। ଅମଳ ଧାନ କିପରି ବିକିବେ ସେ ନେଇ ହତାଶ ହୋଇ ପଡିଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ବିଭିନ୍ନ ଚାଷୀ ସଂଗଠନ ପ୍ରତିନିଧି ମାନେ ମଣ୍ଡିରେ ପହଞ୍ଚି ପ୍ରଶାସନିକ କଳ ର ଭୁଲ ଯୋଗୁଁ ଚାଷୀ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ।

Leave a comment

Your email address will not be published. Required fields are marked *