#Breaking News #Uncategorized

ଭିନ୍ନକ୍ଷମଙ୍କୁ ଆବାସ ଯୋଜନା ରେ ଘର ମିଳୁନି


ଫୁଲ ବାଣୀ- (ସୁନୀଲ ପଟନାୟକ)
ସରକାର ଗରୀବ ଗୁରୁବା ତଥା ଭିନ୍ନ କ୍ଷମମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣା ଘର ଯୋଗାଇଦେଉ ଥିବା କଥା କହୁଛନ୍ତି । ହେଲେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ପସରା ପଞ୍ଚାୟତ ର ଲଲିତ ମୋହନ ମଲିକ ଜଣେ ଭିନ୍ନକ୍ଷମ ହୋଇଥଲେ ମଧ୍ୟ ତାଙ୍କୁ ଏଯାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ବି ମିଳିନି ।ଭଙ୍ଗା ଦଦରା ମାଟି କାନ୍ଥର ନୁଆଁଣିଆ ଚାଳ ଛପର ଘରେ ସ୍ତ୍ରୀ ପିଲା ଛୁଆଙ୍କୁ ଧରି ରହୁଛନ୍ତି । କେତେବେଳେ ଘର ଭୁଷୁଡ଼ି ଯିବ କହିବା ମୁସ୍କିଲ ।
ଘର ଖଣ୍ଡିଏ ପାଇଁ ବାରମ୍ଵାର ପଞ୍ଚାୟତ ଠୁ ଆରମ୍ଭ କରି ବି ଡି ଓ ଯାଏ ସମସ୍ତଙ୍କୁ ଗୁହାରୀ କରି ଥକିଗଲେଣି ପଛେ ଘର ଖଣ୍ଡିଏ ନିଳୁନି ଲଳିତଙ୍କୁ । କେବଳ ମିଥ୍ୟା ପ୍ରତିଶୃତି ହିମିଳୁଛି ବୋଲି ଅଭିଯୋଗ କରିଛନ୍ତି ଲଳିତ । ଲଳିତ ଭିନ୍ନକ୍ଷମ ହୋଇଥିବାରୁ କାମ କରିବା ଲାଗି ବାହାରକୁ ଯାଇପାରୁନାହାନ୍ତି । ଭିନ୍ନକ୍ଷମ ଭତ୍ତା ମିଳୁଛି । ସ୍ତ୍ରୀ କାମ କରି ଯାହାକିଛି ରୋଜ ଗାର କରୁଛନ୍ତି ସେଥିରେ ସ୍ୱାମୀ ସ୍ତ୍ରୀ ଓ ଦୁଇ ପିଲାକୁ ମିଶାଇ ୪ପ୍ରାଣୀ କୁଟୁମ୍ବ ଚଳିବା ମୁସ୍କିଲ ।ଏଥିରେ ପକ୍କାଘର କରିବା ଅସମ୍ଭବ।
ଏଣୁ ଲଳିତଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେଲେ ଅନ୍ତତଃ ଲଳିତ ପରିବାରକୁ ଧରି ଭଲରେ ଟିକିଏ ରହିପାରନ୍ତୋ
ଏଣୁ, ଭିନ୍ନକ୍ଷମ ଲଳିତ ଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ କେବେ ମିଳିବ ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *