#Breaking News

ଆଦିବାସୀ ଚାଷୀ ଙ୍କୁ ମାଗଣା କୃଷି ଯନ୍ତ୍ର ପାତି ପ୍ରଦାନ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲା ଫୁଲବାଣୀ ଆଇ ଟିଡ଼ିଏ ପକ୍ଷରୁ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଝାମ୍ପି ଗ୍ରାମ ଠାରେ ବଳସକୁମ୍ପା ଓ ଦଳପଡା ପଂଚାୟତ ର ପାଖାପାଖି ପଚିଶ ଗ୍ରାମ ର ଶତାଧିକ ଗରିବ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଙ୍କୁ ମାଗଣା କୃଷି ଉପକରଣ ପ୍ରଦାନ କରାଯାଇଥିଲା l
ଏହି ଅବସରରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଚାଷୀ ମାନଙ୍କୁ ପାୱାର ଟିଲର, ସମେତ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦାନ କରିଥିଲେ lଏହାଦ୍ୱାରl ଚାଷୀ ମାନେ ଚାଷ କରି ଆତ୍ମ ନିର୍ଭର ଶିଳ ହୋଇପାରିବେ ବୋଲି ପି ଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ କହିଛନ୍ତି l ଜୀବିକା ମିଶନ ସଂଯୋଜକ ବଦ୍ୟନାଥ ଖଟୁଆ, ପ୍ରୋଜେକଟ ମ୍ୟାନେଜର
ପି. ମୁରଲୀମୋହନ, ଓ ଶୁଭଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ l

Leave a comment

Your email address will not be published. Required fields are marked *