#Breaking News

ଟିଉସନ ଯିବା ବେଳେ ଛାତ୍ର ନିଖୋଜ

.,
ଫୁଲବାଣୀ(ସୁନୀଲପଟନାୟକ)
ସବୁଦିନ ପରି ଆଜି ମଧ୍ୟ ଟିଉସନ ଯାଉଥିଲା ହେଲେ ସେ ଆଜି ଟିଉସନ ରେ ପହଞ୍ଚି ନଥିଲା’Iଟିଉସନ ରୁ ଫେରିବାରେ ବିଳମ୍ବ ହେବାରୁ ବାପା ପଚାରିବାରୁ ଟିଉସନ ଯାଇ ନ ଥିବା ଜଣାପଡିବା ପରେ ବାପାଙ୍କ ନିଦ ହଜିଯାଇଥିଲା।
ପୁଅ ପ୍ରତିଦିନ ନୂଆ ସାହି ଅଞ୍ଚଳରୁ ଏଲଆଇସି କଲୋନୀ କୁ ଟିଉସନ ଯାଇଥିଲା। ତେବେ କିଏ ତାକୁ ଅପହରଣ କରିନେଇଛି ନା ସେ ନିଜେ ଅନ୍ୟ ସାଙ୍ଗ ମାନଙ୍କ ସହ ଜାଣିଶୁଣି କୁଆଡ଼େ ବୁଲା ବୁଲି କରିବାକୁ ପଳାଇଛି ଜଣା ପଡୁନି ।
ଖୋଜାଖୋଜି କରି ନ ପାଇବାପରେ ଛାତ୍ରର ବାପା ବାଲିଗୁଡ଼ା ଥାନାରେ ଏ ନେଇ ଏତଲା କରିଥିବା ଜଣା ପଡିଛି । ବାଲିଗୁଡା ପୋଲିସ ଏତଲା ପାଇବାପରେ ୪୬/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କଥା ଥାନା ଅଧିକ।ରି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।
ଏପଟେ ପୁଅକୁ ନ ପାଇ ପରିବାର ଲୋ6କ ଦୁଃଖରେ ଭାଙ୍ଗିପଡିବା ସହ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି।

Leave a comment

Your email address will not be published. Required fields are marked *