#Breaking News #Uncategorized

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ


ଫୁଲବାଣୀ- (ସୁନୀଲ ପଟନାୟକ), ସୋମବାର ସକାଳୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ପିଟବାରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ପିତବାରି ଗ୍ରାମର ଜଣେ ଵ୍ୟକ୍ତି ର ନୂଆ ଲେଟିନ ଟାଙ୍କି ଭିତରେ ଆବର୍ଜନା ସଫା କରିବାକୁ ଜଣେ ଶ୍ରମିକ ଭିତରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଟାଙ୍କି ଭିତରେ ପଡିଯାଇଥିଲା ।ଏହା ଦେଖି ଘର ମାଲିକ ଟାଙ୍କି ଭିତରକୁ ଯାଇଥିଲେ ।ସେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ପଡିଯାଇଥିବା ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗ କୁ ଖବର ଦେଲାପରେ ଉଭାୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାରକରୀ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।ମୃତକ ଦୁଇଜଣ ହେଲେ ଘରମାଲିକ ସଞ୍ଜୟ ପ୍ରଧାନ ଓ ସନ୍ତୋଷ କଂହର ।
ଦୁଇ ଜଣକ ମୃତ୍ୟୁ ଙ୍କୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

Leave a comment

Your email address will not be published. Required fields are marked *