#Breaking News #Uncategorized

ଘର ଖଣ୍ଡେ ପାଇଁ ନିବେଦନ କଲେ ୮୨ ବର୍ଷର ବୃଦ୍ଧ


ବଡ଼ମ୍ବା- ନରସିଂହପୁର (ଉଲାପ୍ର)
କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦିବ୍ୟାଙ୍ଗ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା ରହିଛି କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ବଡ଼ମ୍ବା ବ୍ଳକ୍ ଅନ୍ତର୍ଗତ ରତାପାଟ ଗ୍ରାମ ପଞ୍ଚାୟତ ରେ ଜନ୍ମ ରୁ ଜଣେ ଦିବ୍ୟାଙ୍ଗ( ଅନ୍ଧ)ହେଉଛନ୍ତି। ନାମ- ବାଇଧର ମଲ୍ଲିକ ୮୨ ବର୍ଷ ଓ ତାଙ୍କ ପତ୍ନୀ ରତ୍ନାବତୀ ମଲ୍ଲିକ ୭୨ ବର୍ଷ । ଆଜି ଯାଏଁ ସରକାରଙ୍କ ପକ୍ଷରୁ କେବଳ ଭତ୍ତା ଓ ଚାଉଳ ବ୍ୟତୀତ ଅନ୍ୟ କୌଣସି ଯୋଜନା ତାଙ୍କ ପାଖରେ ପହଞ୍ଚି ପାରିଲା ନାହିଁ କାରଣ ସେ ଗରିବ ଲୋକ କୈାଣସି ହାତଗୁଞ୍ଜା ଦେଇପାରିବେ ନାହିଁ। ବାଇଧର ମଲ୍ଲିକ କହିଛନ୍ତି ଯେ ପଞ୍ଚାୟତର ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ଅଧିକାରୀ ସମସ୍ତ କୁ ଘର ଖଣ୍ଡେ ପାଇଁ ଜଣାଇଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ସେ କହିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ଗରିବ ପରିବାର ପାଇଁ ପ୍ରଣୟନ କରିଛନ୍ତି ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିନ୍ତୁ ଏହି ଯୋଜନା କାହିଁକି ପ୍ରକୃତରେ ଗରିବ ପରିବାର ପାଖରେ ପହଞ୍ଚି ପାରୁନାହିଁ ତାହା ସବୁ ଠାରୁ ବଡ଼ ପ୍ରଶ୍ନ ?

Leave a comment

Your email address will not be published. Required fields are marked *