#Breaking News #Crime #District

ବିଭତ୍ସ ହତ୍ୟା
ସ୍ୱାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ


ଫୁଲବାଣୀ(ସୁନୀଲ ପଟନାୟକ )
ଅଗ୍ନି କୁ ସାକ୍ଷୀ ରଖି ବିବାହ କରି ସୁଖର ସଂସାର କରିବ ବୋଲି ଆଣିଥିଲା l ହେଲେ କୌଣସି କାରଣ ରୁ ମନ ମାଳୀନ୍ୟ ହେବାରୁ ସ୍ୱାମୀ ଟାଙ୍ଗିଆ ରେ ହାଣି ହତ୍ୟା କରିଛି l
ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ କରାଣ୍ଡିବାଲି ଗ୍ରାମରେ lମୃତ ମହିଳା ଜଣକ ହେଲେ ବେଲପଦ ର ଗ୍ରାମର ନାରାୟଣ ବିନ୍ଧାଣି ର ପତ୍ନୀ ଳକ୍ଷ୍ମୀ ବିନ୍ଧାଣି l ଉଭୟ ସ୍ୱାମୀ ସ୍ତ୍ରୀ ପ୍ରାୟ ମାସେ ହେଲା କାମ କରିବାକୁ ଆସି ମାସେ ହେଲା କରାଣ୍ଡିବାଲି ରେ ରହୁଥିଲେ lହେଲେ ଗତ ଦୁଇଦିନ ତଳେ କୌଣସି ଘଟଣା କୁ ନେଇ ଯୁକ୍ତିତର୍କ ହୋଇଥିଲା lଏଥିରେ ନାରାୟଣ ଉତ୍ୟକ୍ତ ହୋଇ ପତ୍ନିଲକ୍ଷ୍ମୀ କୁ ଟାଙ୍ଗିଆ ରେ ହାଣି ଦେବା ଫଳରେ ଗୁରୁତର ଅବସ୍ଥାରେ ଳକ୍ଷ୍ମୀ କୁ ପ୍ରଥମେ ଗୋଛାପଡା ଓ ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା lତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାଂତର କରାଯାଇଥିଲା ହେଲେ ଚିକିତ୍ସାଧୀନ ଅବସ୍ଥାରେ କାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା l ମୃତ ଲକ୍ଷ୍ମୀଙ୍କଭାଇ ନୀଳାମ୍ବର ସାହାଣୀ ଏ ନେଇ ଗୋଛାପଡା ଥାନାରେ ଏତେଲା ଦେଇଛନ୍ତି l
ଗୋଛାପଡା ପୋଲିସ ୫ ୫ /୨ ୩ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସ୍ୱାମୀ ନାରାୟଣ କୁ ସୋମବାର କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ରଂଜିତ କୁମାର ମୁନି କହିଛନ୍ତି l

Leave a comment

Your email address will not be published. Required fields are marked *