#Uncategorized

କନ୍ଧମାଳ:ଫିରିଙ୍ଗିଆ ରେ ଗଳିତଶବ ଉଦ୍ଧାର


ଫୁଲବାଣୀ (ସୁନୀଲ ପଟ ନାୟକ )କନ୍ଧମାଳ ଜ଼ିଲା ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟ ସମୁଖ ରେ ଥିବା ଜଙ୍ଗଲ ରେ ଜଣେ ଯୁବକ ର ଗଳିତ ମୃତ ଦେହ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଂଚାୟତ ମହାବିଦ୍ୟାଳୟ ସମୁଖରେ ଥିବା ଜଙ୍ଗଲ ଭିତରେ ଏକ ଆମ୍ବଗଛ ତଳେ ଜଣେ ଯୁବକ ର ଗଳିତ ମୃତ ଦେହ ଉଦ୍ଧାର କରା ଯାଇଛି. ତେବେ ବୁଧବାର ସକାଳୁ ଉକ୍ତ ଜଙ୍ଗଲ କୁ ସ୍ଥାନୀୟ କିଛି ମହିଳା କାଠ ଆଣିବାକୁ ଯାଇଥିବା ସମୟରେ ଏକ ମୃତ ଦେହ ପଡ଼ିଥିବା ଦେଖିଥିଲେ. ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଏବଂ ଏସ ଆଇ ପ୍ରଦୀପ କୁମାର ରାଉଳ ତାଙ୍କ ଟିମ ସହ ଘଟଣା ସ୍ଥଳରେ ପାହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ଯୁବକ ଙ୍କ ପରିଚୟ ଏଯାଏଁ ମିଳିପାରିନହିଁ. ତେବେ ପରିପାର୍ଶ୍ଵିକ ପରିସ୍ଥିତି କୁ ଦେଖିଲେ ମୃତ ଯୁବକ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଜଣା ପଡୁଥିବା ବେଳେ ମୃତ ଦେହ ର ପରିଚୟ ମିଳିବା ପରେ ଯୁବକ ଜଣକ କେଉଁ ପରିସ୍ଥିତିରେ ଏଠିକି ଆସିଲେ ଏବଂ କିଭଳି ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି. ଅନ୍ୟ ପଟେ ଶବଟି ସମ୍ପୂର୍ଣ ପିଚି ଯାଇଥିବାରୁ ଯୁବକ ଙ୍କୁ ଚିନହୀଵା ସମ୍ଭବ ହୋଇ ପାରୁନାହିଁ.

Update news, udayalabanya

Leave a comment

Your email address will not be published. Required fields are marked *