#Breaking News

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ


ଆଠଗଡ଼(ଉଲାପ୍ର)ଆଠଗଡର ପୂର୍ବ ତନ ବିଧାୟକ ତଥା ଓଡିଶାର ପୂର୍ବ ତନ ମୁଖ୍ଯମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଆଠଗଡ଼ କଂଗ୍ରେସ କାର୍ୟ୍ଯାଳୟ ରେ ପାଳିତ ହେବାସହ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। ପୂର୍ବତନ ବିଧାୟକ ତଥା ଆଠଗଡରେ ବିଶିଷ୍ଟ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି କାର୍ୟ୍ଯ କ୍ରମରେ ଯୋଗ ଦେଇଥିବା କଂଗ୍ରେସ ଦଳର କର୍ମକର୍ତ୍ତା ଓ କର୍ମୀଙ୍କ ସମେତ ଜାନକୀବାବୁ ଙ୍କୁ ଭଲ ପାଉଥିବା ଲୋକ ମାନେ ଜାନକୀବାବୁ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ତାଙ୍କର ଗୁଣଗାନ କରିଥିଲେ। ଜାନକୀବାବୁ ଙ୍କ ସମୟରେ ଆଠଗଡରେ ବହୁ ବିକାଶମୂଳକ କାର୍ୟ୍ଯ ହୋଇଥିବା ମତପ୍ରକାଶ ପାଇଥିଲା। ଏହି କାର୍ୟ୍ଯ କ୍ରମରେ ପୌରହିତ୍ଯ କରି ପୂର୍ବତନ ବିଧାୟକ ରଥ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବହମୁଖୀ ପ୍ରତିଭା ସଂପର୍କ ରେ ଆଲୋକପାତ କରିବା ସହ କାର୍ୟ୍ଯାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ।
ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରେ ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ଦାଶ, ଶିକ୍ଷାବିତ ବସନ୍ତ କୁମାର ମହାରଣା, ଆଠଗଡ଼ ସହର କଂଗ୍ରେସ ସଭାପତି ସୋମନାଥ ଭକ୍ତା, ଆଠଗଡ଼ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, କଟକ ଜିଲ୍ଲା ଯୁବକଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା, ତ୍ରିଲୋଚନ ବେହେରା, ଅଶୋକ ପ୍ରଧାନ, ମହେଶ ଦାସ,ଦେବୀ ପ୍ରସାଦ ସାହୁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a comment

Your email address will not be published. Required fields are marked *