#Uncategorized

ଭଙ୍ଗା କୁଡିଆ ଘରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୮୦ ବର୍ଷର ବୃଦ୍ଧା: ପ୍ରଶାସନର ଦୃଷ୍ଟି ପଡିବ କେବେ ?


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ସହାୟତା ଅପେକ୍ଷାରେ ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା । ମାନସିକ ବିକୃତ ପୁଅକୁ ଧରି ଭଙ୍ଗା କୁଡିଆ ଘରେ ଦୁର୍ବିସହ ଜୀବନ ବିତାଉଛନ୍ତି ବୃଦ୍ଧା । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବାପରେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍ କିରିକୁଟୀ ଗ୍ରାମରୁ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ କିରିକୁଟୀ ଗ୍ରାମର ୮୦ ବର୍ଷୀୟା ବୃଦ୍ଧା ବୈଦେହୀ ବେହେରା । ଦୀର୍ଘ ବର୍ଷ ହେଲାଣି ଏକ ମାତ୍ର ମାନସିକ ବିକୃତ ପୁଅକୁ ଧରି ଦୁର୍ବିସହ ଜୀବନ ବିତାଉଛନ୍ତି । ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବାପରେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନଥିବା

ଅଭିଯୋଗ କରିଛନ୍ତି ବୃଦ୍ଧା । ସରକାର ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ହେଲେ କିଛି ସରକାରୀ ବାବୁଙ୍କ ଅବହେଳା ଓ ଇଛାଶକ୍ତି ଅଭାବରୁ ଯୋଜନା ହିତାଧିକାରୀଙ୍କ ନିକଟରେ ପହଁଚି ପାରୁନଥିବା ଏଥିରୁ ସ୍ପଷ୍ଟ ଅନୁମେୟ । ଦୀର୍ଘ ବର୍ଷ ହେଲାଣି ଭଙ୍ଗା କୁଡ଼ିଆ ଘରେ ଜୀବନ ବିତାଉଛନ୍ତି ବୃଦ୍ଧା ବୈଦେହୀ । ଅନେକ ଥର ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ ହେଲାଣି । ହେଲେ ଏହି ଅସହାୟ ବୃଦ୍ଧାଙ୍କ ପ୍ରତି ଯେମିତି ପ୍ରଶାସନର ଟିକେ ଦୟା ନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ବୃଦ୍ଧା ଜଣକ ଉପକୃତ ହୋଇପାରିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Leave a comment

Your email address will not be published. Required fields are marked *