#Breaking News

ଝିଲିକ୍ ମୋସନ ପିକ୍‌ଚର୍ସର ଚତୁର୍ଥ ଅବଦାନ ‘ପ୍ରିୟେ ତୁ ମୋ ସିଏ’ର ଶୁଭ ମହୁରତ

ଭୁବନେଶ୍ଵର(ଉଲାପ୍ର) : ଓଡିଆ ସିନେମା ଇଣ୍ଡଷ୍ଟ୍ରିରେ ଚହଳ ପକାଇଛି ଝିଲିକ୍ ମୋସନ ପିକ୍‌ଚର୍ସ । ଗୋଟିଏ ପରେ ଗୋଟିଏ ଓଡିଆ ସିନେମା ନିର୍ମାଣ କରି ଏବେ ଚର୍ଚ୍ଚାରେ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ୍ ଭଟ୍ଟାଚାର୍ଯ୍ୟ । ଝିଲିକ୍ ମୋସନ ପିକ୍‌ଚର୍ସର ଚତୁର୍ଥ ଅବଦାନ ‘ପ୍ରିୟେ ତୁ ମୋ ସିଏ’ର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଛି । କଟକ ସ୍ଥିତ ମା’ ଚଣ୍ଡୀ ମନ୍ଦିର ଠାରେ ନୂଆ ସିନେମାର ଶୁଭ ମହୁରତ ସହ ସ୍କ୍ରିପ୍ଟ ପୂଜା ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅରୁଣ ସ୍ୱାଇଁ, ଚଳଚ୍ଚିତ୍ରର ନାୟିକା ଏଲିନା ସାମନ୍ତରାୟ, ଅଭିନେତା ଭୁପତି ତ୍ରିପାଠୀ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆସନ୍ତା ଜୁନ ୧ ତାରିଖ ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହି ସିନେମାର ନାୟକ ଭୁମିକାରେ ଅମ୍ଳାନ ଦାସ ଓ ନାୟିକା ଭାବେ ଏଲିନା ସାମନ୍ତରାୟ ନଜର ଆସିଥିବା ବେଳେ ବବି ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ସେହିଭଳି ଅନ୍ୟାନ୍ୟ ଭୁମିକାରେ ଭୁପତି ତ୍ରିପାଠୀ, ଇଶା ବେବର୍ତ୍ତା, ଅଭିଷେକ ଗିରି, ଛନ୍ଦିତା ପାଢ଼ୀ ପ୍ରମୁଖ ନଜର ଆସିବେ । ସୁଧାଂଶୁ ମୋହନ ସାହୁ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଓ ସଂଳାପ ରଚନା କରିଛନ୍ତି ଶରଣାବିନ୍ଦ। ପୂର୍ବରୁ ଝିଲିକ୍ ମୋସନ ପିକ୍‌ଚର୍ସ ବ୍ୟାନରରେ ରୁଦ୍ରାଣୀ , କିସମିସ ଓ ତୋର ମୋର କଟି ସୁଟିଂ ଶେଷ ହୋଇ ରିଲିଜ୍ ଅପେକ୍ଷାରେ ରହିଛି । ଆଗାମୀ ରଥଯାତ୍ରାରେ ରୁଦ୍ରାଣୀ ସିନେମା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିସାରିଛି ।

Leave a comment

Your email address will not be published. Required fields are marked *