#Breaking News #District

ଏ ଆଇ ସି ସି ପ୍ରଶିକ୍ଷଣ ଶିବିରରେ ପ୍ରତାପ ପ୍ରଧାନଙ୍କ ଯୋଗଦାନ


ଫୁଲବାଣୀ ( ସୁନୀଲ ପଟନାୟକ)

ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଜୁଲାଇ ରୁ ସେପ୍ଟେମ୍ବର 10 ପର୍ଯ୍ୟନ୍ତ ଦୀର୍ଘ ତିନି ମାସ ଧରି ଚାଲିଥିବା ସର୍ବଭାରତୀୟ ସମ୍ଭାବ୍ୟ ନେତୃତ୍ୱ ପ୍ରଶିକ୍ଷଣ ଶିବିର (Potential Leadership Training) ଆଜି ସଫଳତାର ସହ ସମାପ୍ତ ହୋଇଛି । ଏହି ଶିବିରକୁ ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀଣୀ କମିଟି (Congress Working Committee – CWC) ସଦସ୍ୟ ସଚିନ ରାଓ ମହୋଦୟ ଓ ସୁଶ୍ରୀ ମିନାକ୍ଷୀ ନଟରାଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଦେଶର କୋଡ଼ିଏ ଟି ରାଜ୍ୟରୁ ଚ୍ଛପନ ଜଣ ସମ୍ଭାବ୍ୟ ରାଜନେତା ମାନେ ଯୋଗ ଦେଇଥିଲେ । ଏ ଆଇ ସି ସି ଦ୍ଵାରା ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରି ବହୁତ ଲମ୍ବା ଚୟନ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଥିଲା । ଓଡ଼ିଶାରୁ ପ୍ରତାପ କୁମାର ପ୍ରଧାନଙ୍କ ସହ କେବଳ ଅନ୍ୟ ଦୁଇ ଜଣ ଯୋଗ୍ୟ ବିବେଚିତ ହୋଇ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ ।
ମୁଖ୍ୟତଃ କିପରି ଭାବରେ ନେତୃତ୍ୱ ବିକାଶ ହେଇ ପାରିବ, କିପରି ଭାବରେ ଲୋକଙ୍କ ସେବା କରାଯାଇ ପାରିବ , ଦଳକୁ କିପରି ଭାବରେ ତଳ ସ୍ତରରେ ସୁଦୃଢ଼ କରାଯାଇ ପାରିବ, କଂଗ୍ରେସ ଦଳର ରାଜନୀତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସହ ବହୁ ବିଷୟରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରକୁ ସୁଶ୍ରୀ ମିନାକ୍ଷୀ ନଟରାଜନ ଦିଦି, ଶ୍ରୀ ସଚିନ ରାଓଙ୍କ ସହ ବହୁ ଅଭିଜ୍ଞ ନେତୃମଣ୍ଡଳୀ ପ୍ରଶିକ୍ଷଣ ଦେଇଥିଲେ ଏବଂ ରାହୁଲ ଗାନ୍ଧୀ ମଧ୍ୟ ପ୍ରଶିକ୍ଷଣ ଶିବିର କୁ ସମ୍ବୋଧନ କରିଥିଲେ ।

Leave a comment

Your email address will not be published. Required fields are marked *