#Breaking News

ଫୁଲବାଣୀ ସହରରେ ଜାମୁକୋଳିର ଚାହିଦା ବଢୁଛି


ଫୁଲବାଣୀ- (ସୁନୀଲ ପଟନାୟକ) ଏବେ ବାସୁ କୋଳୀ ସିଜନ । ଫଳରେ ଫୁଲ ବାଣୀ ସହରର ଡିଆରଡିଏ ଛକ, ଗୋପବନ୍ଧୁ ଛକ ମାଦିକୁନ୍ଦା ଛକ ଆଦି ବିଭିନ୍ନ ସ୍ଥାନରେ ଏବେ ଜାମୁକୋଳୀ ର ପସରା ମେଲିଛି। ଲୋକେ ମଧ୍ୟ ଏବେ ଜାମୁ କୋଳି କିଣି ନେଉଛନ୍ତି।
ଆଗରୁ ଜାମୁକୋଳି ପାଚି ରାସ୍ତାକଡ଼ରେ ପଡ଼ି ନଷ୍ଟ ହେଇଥିଲା । ଗାଇଗୋରୁ ଛେଳି ସବୁ ଖାଉଥିବା ଦେଖିବାକୁ ମିଳୁଥିଲା।ହେଲେ ଏବେ ଜାମୁକୋଳି ସ୍ୱାସ୍ଥ୍ୟ ପ୍ରତି ହିତ କର ଓ ହାର୍ଟ ଲିଭର କୁ ସୁରକ୍ଷା ଦେବା ସହ ଡାଏବେଟିସ ରୋଗୀଙ୍କ ପାଇଁ ଏହା ଖୁବ ଉପାଦେୟ ହୋଇଥିବା ରୁ ଲୋକେ ଗଲା କିଛି ବର୍ଷ ହେଲା କିଣୁଛନ୍ତି। ଫଳରେ ଏହାର ଡିମାଣ୍ଡ ଏବେ ବଢି ଯାଇଛି। ଆଜି କାଲି ଭଲ ବିକ୍ରି ହେଉଥିବା କହିଛନ୍ତି ପକନା ଗାଁ ଅଞ୍ଚଳର ମାଳତି କହଁର, ଓ ସୁଜାତା ମଲିକ।
ଜାମୁକୋଳି କଲେ । ପିଛ। ଏବେ ୪୦ରୁ ୫୦ ଟଙ୍କା ରହିଛି । ହେଲେ ଜାମୁ କୋଳି ତୋଳିବା ସବୁଠୁ କଷ୍ଟସାଧ୍ୟ ବୋଲି ମାଳତି କହିଛନ୍ତି । ଜାମୁକୋଳି ତୋଳିବା ପାଇଁ ୪ଜଣ ଲୋକ ଲାଗିଥାନ୍ତି । ତାପରେ ତାକୁ ଜାଗ୍ରତ ସହ ଗାଡିରେ ଫୁଲବାଣୀ ଆଣି ବିକ୍ରି କରୁଛୁ। ଟିକିଏ ହଲିଗଲେ କୋଳି ନଷ୍ଟ ହୋଇଯାଉଛି। ଆଉ କ୍ଷତି ସହି ବାକୁ ପଡୁଛି ବୋଲି କହୁଛନ୍ତି।
ଲୋକମାନେ ଫାଟିଯାଇଥିବା କୋଳି ନେଉନାହାଁନ୍ତି ବୋଲି ମ।ଳତି କହିଛି।
ସେମାନେ ଦିନକୁ ପ୍ରାୟ ୨ ଟୋକେଇରେ ୫୦ରୁ୬୦କେଜି କୋଳି ବିକ୍ରି କରିଥାନ୍ତି।
ଜାମୁକୋଳି ସିଜନ ରେ ସେମାନେ ଖର୍ଚ ଯାଇ ୧୫/୨୦ ହଜାର ଟଙ୍କା କମାଇଥାନ୍ତି । ଯାହାକି ସେମାନଙ୍କ ପରିବାର ଚଳାଇବାରେ ସୁବିଧା ହୋଇଥାଏ ବୋଲି ପ୍ରକାଶ କରିଛନ୍ତି । ଦିନକୁ ଦିନ ଜାମୁକୋଳି ର ଚାହିଦା ବଢୁଥିବାରୁ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଜାମୁକୋଳି ଆଦିବାସୀଙ୍କ ଜୀବିକା ନିର୍ବାହରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *