#Breaking News

ମହିଳା ସ୍ୱାସ୍ଥ୍ୟ କର୍ମୀ ଅପହରଣ, ଥାନାରେ ଏତଲା


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆର ଗାୟତ୍ରୀ ମନ୍ଦିର ନିକଟରୁ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ଅପହରଣ. କରାଯାଇଥିବା ଅଭିଯୋଗ ହୋଇଛି l ମହିଳା ସ୍ୱାସ୍ଥ୍ୟ କର୍ମୀ ଜଣକଗୁରୁବାର ଡିଉଟି ସା ରି ଫିରିଙ୍ଗିଆ ମେଡିକାଲ ରୁ ଘରକୁ ଫେରୁ ଥିବା ସମୟରେପୂର୍ବରୁ ଛକି ରହି ଥିବା ଦୁର୍ବୁତ୍ତ ମାନେ ଆଖି ପିଛୁଳାକେ ଏକ କା ର ରେ ଅପହରଣ କରିନେଇଥିବା କୁହାଯାଉଛି l ଏ ନେଇ ଫିରିଙ୍ଗିଆ . ଥାନାରେ ମାମଲା ରୁଜ୍ଜୁ ହୋଇଛି l ଫିରିଙ୍ଗିଆ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି l
ଏକ ତରଫା ପ୍ରେମ ରୁ ଏହି ଅପହରଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି l
ଏଯାଏଁ ଅପହୃତା ସ୍ୱାସ୍ଥ୍ୟ କର୍ମୀ ଙ୍କ କୌଣସି ପତ୍ତା ମିଳି ନଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *