#Breaking News

ନରସିଂହପୁର ରେ ସାହିତ୍ୟ ଉତ୍ସବ ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)
ନରସିଂହପୁର ଲେଖକ ସାମ୍ମୁଖ୍ୟ ଆନୁକୁଲ୍ୟରେ ବାର୍ଷିକ ସାହିତ୍ୟ ଉତ୍ସବ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବି ଦୁର୍ଯ୍ୟୋଧନ ବରାଳ ଉଦ୍ଘାଟକ, କବି ସୀତାରାମ ମିଶ୍ର ମୂଖ୍ୟ ଅତିଥି, ହାସ୍ୟ କବି ବ୍ରଜବିହାରୀ ସୁବୁଦ୍ଧି, ଅବର୍ଥନା କମିଟି ଅଧ୍ୟକ୍ଷ ଅମିର ମାହୁନ୍ତ, କବି ନିର୍ମଳ ଚନ୍ଦ୍ର ସୁର ଦେଓ, ଶେଖ୍ ଖାଲିକ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ଶିକ୍ଷାବିତ୍ ନିରଞ୍ଜନ ମହାପାତ୍ର, ଦେବରାଜ ସ୍ୱାଇଁ, କରୁଣାକର ଶତୃ ସାହୁ ଓ କାର୍ତ୍ତିକେଶ୍ଵର ନାଥ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଗୟାଧର ସାହୁ, କିଶୋର୍ କୁମାର ଜେନା ସହଯୋଗ କରିଥିଲେ। ଏଥିରେ ନିର୍ମଲେନ୍ଦୁ ମିଶ୍ର, ସୁରେଶ୍ ଚନ୍ଦ୍ର ମହାନ୍ତି ଙ୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶହେ ଜଣ କବି ଲେଖକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Leave a comment

Your email address will not be published. Required fields are marked *