#Breaking News

ବାଲିଗୁଡା ଅଂଚଳ ରୁ ବାଘ ଛାଲ ଜବତ


ଫୁଲବାଣୀ (ସୁନୀଲ ପଟନାୟକ )
ବୁଧବାର ଏସ ଟି ଏଫ ସ୍ପେ ସିଆଲ ଟାସ୍କ ଫୋର୍ସ ଟିମ କନ୍ଧମାଳ ଜ଼ିଲ୍ଲା ବାଲି ଗୁଡା ଅଂଚଳ ରୁ ଏକ ବାଘ ଛାଲ ଜବତ କରିଛି l ଏହି ବାଘ ଛାଲ ଟି କାଲରାପତ୍ରିଆ ବାଘର ବୋଲି ଜଣାପଡିଛି l
ଏ ସମ୍ପର୍କରେ ଏସଟି ଏଫ ଟିମ ଜଣକୁ ଗିରଫ କରିଛି l ତେବେ ଏହି ବାଘ ଛାଲ ଚୋରା କାରବାର ରେ ଆଉ କିଏ ସମ୍ପୃକ୍ତ ଓ କାହାକୁ ବିକ୍ରୀ କରିବାକୁ ଏହି ଛାଲ ସଂଗ୍ରହ କରାଯାଇଥିଲା ସେନେଇ ଖୋଳ ତାଡ଼ କରୁଛି ଏସ ଟି ଏଫ ଟିମ l
କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ଓ ଫୁଲବାଣୀ ବନ ଖଣ୍ଡ ଅଧୀନ ରେ ଥିବା ବିଭିନ୍ନ ଘଞ୍ଚ ଜଙ୍ଗଲ ରୁ ରୀତିମତ ବାଘ ମରାଯାଇ ଚମଡା ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି l
ବିଭିନ୍ନ ସମୟରେ ବାଘ ଚମଡା ଚୋରା କାରବାର କରୁଥିବା ଵ୍ୟକ୍ତି ଙ୍କୁ ଗିରଫ ବି କରୁଛି ବନବିଭାଗ l ସେହିପରି ନିକଟରେ ବାଲିଗୁଡା ବନବିଭାଗ ଚଢ଼ାଉ କରି ବିରଳ ବଜ଼ର କl ପତା ପକ୍ଷୀ ଜବତ କରିଥିଲା l
ବନ ବିଭାଗ କର୍ମଚାରୀ ଙ୍କ ଦକ୍ଷତା ଓ ପାଟ୍ରୋଲିଂ ର ଅଭାବ ଜୋଂଗୁ ବାଘ ଛାଲ, ହାତୀଦାନ୍ତ, ଆଦିର ଚୋରାଚାଲାଣ ବଢ଼ୀ ବାରେ ଲାଗିଥିବା ଦେଖିବାକୁ ମିଳିଛିl

Leave a comment

Your email address will not be published. Required fields are marked *