#Exclusive

ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ: ରାଜକନିକା ଗୋଷ୍ଠୀ ସ୍ବ‌ାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସାଲାଇନ ଦେଉଛନ୍ତି ଝାଡ଼ୁଦାର

କେନ୍ଦ୍ରାପଡ଼ା: ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ। ଡାକ୍ତରଖାନାରେ ଝାଡ଼ୁଦାର ଦେଉଛନ୍ତି ସାଲାଇନ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜକନିକା ଗୋଷ୍ଠୀ ସ୍ବ‌ାସ୍ଥ୍ୟ କେନ୍ଦ୍ରରେ। ରାଜ୍ୟ ସରକାର ରୋଗୀଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଡାକ୍ତର ଓ ନର୍ସ ମୋଟା ଅଙ୍କର ଦରମା ନେଇ ନିଜ କାମରେ ଅବହେଳା କରୁଛନ୍ତି। ଫଳରେ ରୋଗୀଙ୍କ ଚିକିତ୍ସା ସଙ୍କଟ ଭିତରକୁ ଚାଲିଯାଉଛି।କେନ୍ଦ୍ରାପଡ଼ାର ରାଜକନିକା ଗୋଷ୍ଠୀ ସ୍ବ‌ାସ୍ଥ୍ୟ କେନ୍ଦ୍ରର ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଠାରେ ରୋଗୀଙ୍କୁ ସାଲାଇନ ଦେଉଛନ୍ତି ନିର୍ମଳ ଯୋଜନାରେ କାମ କରୁଥିବା ଝାଡ଼ୁଦାର। ଏମାନେ ସାଲାଇନ ଦେବା ସହ ହାତରେ ଲାଗିଥିବା ଛୁଞ୍ଚି କାଢିଥାନ୍ତି। କେତେବେଳେ କେଉଁ ସାଲାଇନ ଓ ଔଷଧ ଦିଆଯିବ ତାହା ଜଣାନଥିବା ଏହି ଝାଡ଼ୁଦାର ମହିଳା ଓ ପୁରୁଷମାନେ ରୋଗୀ ସେବା କରିଥାନ୍ତି। ତେବେ ଏ ନେଇ ମେଡିକାଲ ଅଧିକାରୀଙ୍କୁ ପ୍ରତିକ୍ରିୟା ମଗାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଅନେକ ସ୍ଥାନରେ ଟର୍ଚ୍ଚ ଲାଇଟରେ ଆସ୍ତ୍ରୋପଚାର କରାଯିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ବାରମ୍ବାର ଅବହେଳାର ଖବର ସାମ୍ନାକୁ ଆସୁଥିଲେ ମଧ୍ୟ ସୁଧୁରିବାର କୌଣସି ଦୃଶ୍ୟ ସାମ୍ନାକୁ ଦେଖାଯାଇନାହିଁ।

Leave a comment

Your email address will not be published. Required fields are marked *