#Breaking News #Uncategorized

ବେଆଇନ କ୍ଲିନିକ୍ ସିଲ କଲେ ବାଲିଗୁଡା ତହସିଲଦାର


ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ରେ ନକଲି ଡାକ୍ତର ଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି, ବିନା ଡାକ୍ତରୀ ପାଠ ଓ ବିନା ପଞ୍ଜିକରଣ ରେ ଗାଁ ଗହଳିରେ ଛତୁ ଫୁଟିଲା ଭଳି ବେ ଆଇନ୍ କ୍ଲିନିକ୍ସବୁ ଚାଲିଛି । ମହାମାରୀ କରୋନାର ସୁଯୋଗ ନେଇ ଜ୍ଜର ଥଣ୍ଡା କାଶ ରୋଗରେପୀଡିତ ଲୋକଙ୍କୁ କୋଭିଡ ଟେଷ୍ଟ ପାଇଁ ନ ପଠାଇ ନିଜେ କ ଔଷଧ ଇଞ୍ଜେକ୍ସନ ଦେଇ ଚିକିତ୍ସା କରୁଛନ୍ତି l ବାଟାଗୁଡ଼ା ରେ କୋରନା ନିୟମ ଉଲ୍ଲଙ୍ଘନ କରି ବିନା ପଞ୍ଜିକରଣ ଓ ବିନା ପ୍ରମାଣ ପତ୍ର ରେ ବେ ଆଇନ୍ କ୍ଲିନିକ୍ ଖୋଲି ଥିବା ଖବରପାଇ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର କ୍ଲିନିକ୍ ଉପରେ ଚଢ଼ାଉ କରି ମାଲିକ ବିଶ୍ୱଜିତ୍ ବିଶ୍ବାସ ଡାକ୍ତରୀ ପାଠ ନ ପଢି ବିନା କାଗଜ ପତ୍ରରେ କ୍ଲିନିକ
କରିଥିଲେ l ସେହିପରି ବ୍ଲକର ଋତିଙ୍ଗିଆ, ସୁଡ୍ରା, ଖମନ ଖୋଲ ଆଦି ଅଞ୍ଚଳ ରେ ବେଆଇନ କ୍ଲିନିକ୍ ଖୋଲି ରୋଗୀଙ୍କ ଠାରୁ ବହୁ ଅର୍ଥ ଲୁଟ୍ କରୁଥିବା ଦେଖିବାକୁ ମିଳିଛି l ଅନ୍ୟପକ୍ଷରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ଯୋଗୁଁ ଲୋକେ ବାଧ୍ୟ ହୋଇ କ୍ୱାକ ଚିକିତ୍ସକ ଙ୍କ ଆଶ୍ରୟ ନେଉଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *