#Uncategorized

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମ ରେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀ ରାମ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଶେଷକରି ସାମ୍ପ୍ରତିକ ପରିସ୍ଥିତି ରେ ଆଜି ସକାଳୁ ଭବ୍ୟ ଲଗ୍ନ ଅନୁସାରେ ପୂଜାର୍ଚନା କରାଯାଇଥିଲା l ଆଜିକାର କାର୍ଯ୍ୟକ୍ରମ ରେ କର୍ତା ଭାବରେ ଯୋଗୀନ୍ଦ୍ର ମହାକୁର ଓ ତାଙ୍କ ଧର୍ମପତ୍ନୀ ମାମି ମହାକୁର ଯୋଗଦାନ କରିଥିଲେ l ପଣ୍ଡିତ ସୀତାରାମ ତ୍ରିପାଠୀ ପୂଜାର୍ଚନା କରିଥିଲେ l ଲଗ୍ନ ଅନୁସାରେ ସନ୍ଧ୍ୟା ରେ କୁମ୍ଭ ଢଙ୍କା ଯାଇଥିଲା l ଶ୍ରୀଯୁକ୍ତ ଧର୍ମରାଜ ସିଂ ବରିହା ଙ୍କ ସହଯୋଗ ରେ ନିର୍ମିତ ମନ୍ଦିର ପାଇଁ ଗ୍ରାମର ଜୟନ୍ତ ସେଠ୍, ସଶଧର ସାହୁ, କିରଣ ସାହୁ, ଡ଼ିସେସ ପାତ୍ର, ଡ଼ାଲଗଂଜନ ବରିହା,ବୁଦ୍ଧଦେବ ଦାସ ତଥା ଗ୍ରାମର ଭକ୍ତ ମାନେ ଯୋଗଦାନ କରିଥିଲେ l କରୋନା କଟକଣା କୁ ମାନି ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥିଲେ l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *