#Breaking News

ତୁମୁଡିବନ୍ଧ ଲାବଣ୍ୟ ନଗରରେ ଛେଳିମଡ଼କ, କ୍ଷତିପୁରଣ ଦାବି


ଫୁଲ ବାଣୀ-( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଲାବଣ୍ୟ ନଗରରେ ଛେଳି ମଡ଼କ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଯାଏ ଛେଳୀ ସବୁ ଠିକ ଠାକ ଥିଲେ। ଜଙ୍ଗଲକୁ ଚରିବାକୁ ଯାଇ ଘରକୁ ଫେରିଥିଲେ। ହେଲେ କଣ ହେଲା କେଜାଣିସକାଳୁ ଉଠି ଦେଖିବାବେଳେ ୭/୮ଟି ଛେଳୀ ମରି ପଡିଥିଲେ। ଏହା ଦେଖି ଛେଳୀ ମାଲିକ ତତକ୍ଷଣାତ ପ୍ରାଣୀ ବିଭାଗଡାକ୍ତରଖାନାକୁ ଫୋନ କରି ଜଣାଇଥିଲେ। ପାଣୀ ବିଭାଗ କର୍ମଚାରୀଅଧଘଣ୍ଟା ମଧ୍ୟରେ ପହଞ୍ଚିଲେ। ଡାକ୍ତର ପହଞ୍ଚିଲା ବେଳକୁ ଗ୍ରାମର ୨୫ରୁ୩୦ଟି ଛେଳୀ ମରିଯାଇଥିଲେ । କାହିକି ଓ କଣ ପାଇଁ ହଠାତ ଏତେ ସଂଖ୍ୟକ ଛେଳୀଙ୍କ ମୃତ୍ୟୁ ହେଲା ଜଣାପଡିନି । ରୋଗରେ ଆକ୍ରାନ୍ତ ହୋଇଛେଳି ଗୁଡ଼ିକ ମରିଯାଇଥିବା ସନ୍ଦେହ କରାଯାଉଛି ।
ଏହି ରୋଗ ପାଇଁ କୁ ଆଡେ ମେଡିସିନ ନ ଥିବା କଥା ସେମାନେ କହିଥିଲେ ।
ତେବେ ପ୍ରାଣୀ ବିଭାଗ 6ଛଳୀ ମାନଙ୍କୁ ପ୍ରତିଷେଧକ ମୁଳକ ଔଷଧ ଦେଉନ ଥିବାରୁ ଛେଳୀମାନଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ କରିଛନ୍ତି ଛେଳୀ ଚାଷୀ।
ଛେଳୀ ପାଳନ କରି ଦି ପଇସା ରୋଜଗାର କରି ପରିବାର ଭଲ ରେ ଚଳାଇବେ ବୋଲି


ଭାବି ଥିଲେ ହେଲେ ଛେଳି ଗୁଡ଼ିକର ଅକାଳମୃତ୍ୟୁ ଯୋଗୁଁ ହତାଶ ହୋଇ ପଡିଛନ୍ତି । କ୍ଷତିଗ୍ରସ୍ତ ଛେଳି ମାଲିକ ମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *