#Breaking News

ବାଲ୍ୟବିବାହ ରୋକିଲା ଚାଇଲଡ ଲାଇନ


ଫୁଲବାଣୀ (ସୁନୀଲ ପଟନାୟକ )
ସୋମବାର ୦୧.୧୧.୨୦୨୧ ରିଖ ଦିନ ସିଏମ୍ ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ ଫିରିଙ୍ଗିଆ ଶ୍ରୀମତୀ ହରପ୍ରିୟା ମେହେର ଙ୍କ ନେତୃତ୍ବରେ ସୁପରଭାଇଜ ଶ୍ରୀମତୀ ବୈଜୟନ୍ତି ମଲ୍ଲିକ ଓ ଚାVଇଲ୍ଡଲାଇନ୍ ଟିମ୍ ସସ୍ମିତା କରଣ ଓ ଚିକୁନ କୁମାର ପ୍ରଧାନ ଙ୍କ ସହଯୋଗରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅନ୍ତର୍ଗତ ରତଙ୍ଗ ଗ୍ରାମରେ ଏକ ୧୫ବର୍ଷୀୟା ନାବାଳିକାର ବିବାହ ବନ୍ଦ କରାଯଇଛି । ସୁଚନା ଅନୁସାରେ ୧୫ବର୍ଷୀୟା ନାବାଳିକାର ଗ୍ରାମ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଯେଶପଙ୍ଗା ହୋଇଥିବା ବେଳେ ଯୁବକର ନାମ ରାଜା ମାଝୀ ଗ୍ରାମ ରତଙ୍ଗ ଅଞ୍ଚଳର ଅଟେ। ଉଭୟ ପରଷ୍ପରକୁ ପ୍ରେମ କରୁଥିଲେ ଓ ବିବାହ କରିବାକୁ ଚାହୁଁଥଲେ ତେଣୁ ରତଙ୍ଗସ୍ଥିତ ଯୁବକର ପରିବାରରେ ଥିଲେ। ଏହି ସୁଚନା କୌଣସି ପ୍ରକାରେ ଚାଇଲ୍ଡଲାଇନ୍ କୁ ଆସି ବାଲ୍ୟବିବାହ ନିଷେଧ ଅଧିକାରିଣୀଙ୍କ ପାଖରେ ପହଞ୍ଚିଥିଲା ।ଆଜି ହଠାତ୍ ପ୍ରଶାସନର ମିଳିତ ଟିମ୍ ଯୁବକର ପରିବାରରେ ପହଞ୍ଚି ଏହାକୁ ବେଆଇନ ଘୋଷଣା କରିଥିଲେ ଏବଂ ନାବାଳିକାକୁ ଉଦ୍ଧାର କରିଥିଲେ ଓ ଯୁବକ ଓ ତାର ପିତାମାତାଙ୍କୁ ପିତାମାତାଙ୍କୁ କାଉନସେଲିଂ ଓ ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରଥଲେ। ଏହାପରେ ଯୁବକ ଓ ତାର ପିତାମାତା ପିତାମାତା ସହମତି ପ୍ରକାଶକରିଥିଲେ ଓ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ। ଏହାକୁ ଆଧାରକରି ସିଏମ୍ ପିଓଙ୍କ ତରଫରୁ ଫିରିଙ୍ଗିଆ ଥାନାରେ ଡାଏରୀ କରାଯାଇଥିଲା ଓ ନାବାଳିକାକୁ ଅଧ୍ୟକ୍ଷ ଜିିଲ୍ଲା ଶିଶୁମଙ୍ଗଳରେ ଉପସ୍ଥାପନ କରାଯାଇଥିଲା ଏବଂ ଅଧ୍ୟକ୍ଷ ଜିିଲ୍ଲାଶିଶୁମଙ୍ଗଳ କମିଟିର ଆଦେଶ ଅନୁସାରେ ଅସ୍ଥାୟୀ ଭାବେ ବାଲିଗୁଡାସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନକୁ ପ୍ରେରଣ କରାଯଇଛି ।

Leave a comment

Your email address will not be published. Required fields are marked *