#Breaking News #District

ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ରେ ବୁଡି ଯୁବକଙ୍କ ମୃତ୍ୟୁ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ପୋଖରୀରେ ବୁଡ଼ି ତାଙ୍କ ମୃତ୍ୟ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଗ୍ରାମର କଣ୍ଟ ନାୟକ (୪୮) । ସେ ଶୌଚ ହେବାକୁଯାଇଥିବା ବେଳେ ଦୁର୍ଭାଗ୍ୟ ବଶତଃ ପାଣିରେ ବୁଡ଼ିଯାଇଥିଲେ । ବହୁତ ସମୟ ଧରି ସେ ଘରକୁ ନଫେରିବାରୁ ଘର ଲୋକେ ବହୁତ ଖୋଜା ଖୋଜି କରିଥିଲେ। ପୋଖରୀରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ତୁରନ୍ତ ଜି. ଉଦୟଗିରି ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ l ଏ ନେଇ ଜି.ଉଦୟଗିରି ଥାନାରେ କେଶ ନଂ ୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବିଷୟ ଏସ.ଆଇ. ବିନୟ ମହାରଣା ସୂଚନା ଦେଇଛନ୍ତି।9

Leave a comment

Your email address will not be published. Required fields are marked *