#Breaking News #District

ତେର ଶମ୍ଭୁ ମିଳନ, ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ


ଫୁଲବାଣୀ
କନ୍ଧମାଳ ଜିଲାରେ ଏବେ ପବିତ୍ର ଦଣ୍ଡ ଯାତ୍ରା ଚାଲିଛି lଫଳରେ ସବୁଆଡେ ଆଧ୍ୟାତ୍ମିକ ବାତାବରଣ l ଜୀଲାର ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡା, ଫିରିଙ୍ଗିଆ,ଜି, ଉଦୟଗିରି, ରାଇକିଆ, ଟିକାବାଲି, କ. ନୂଆଗାଁ ସମେତ ସବୁ ଅଂଚଳରେ ଏବେ ଦଣ୍ଡ ନାଟ ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି l ଘଣ୍ଟ, ବାଜା ରେ ସାହି ବସ୍ତି ଫାଟିପଡୁଛି l କେଉଁଠି ପଂଚୁ ଦଣ୍ଡ ର ଆୟୋଜନ କରାଯାଉଥିବା ବେଳେ କେଉଁଠି ତେର ଶମ୍ବୁ ଆୟୋଜନ ହୋଇଥାଏ lରବିବାର ବାଲିଗୁଡା ଠାରେ ତେର ଶମ୍ଭୁ ମିଳନ ହୋଇଥିଲା l ଏହା ଦେଖିବା ଲାଗି ଆଖପାଖ ଅଂଚଳ ର ହଜାର ହଜାର ଭକ୍ତ ମାନଙ୍କ ଭିଡ଼ ଜମି ଥିଲା l ବାଲିଗୁଡା ବିଧାୟକ ଚକ୍ରମଣି କହଁ ର, ଉପଜିଲାପାଳ, ବିଜେଡି ବରିଷ୍ଠନେତାତଥା ସମାଜସେବୀ ଟୁନା ଦାଶ, ବିଜେଡି ନେତା ପ୍ରମୋଦ ସାହୁ, ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସରକାରୀ ଅଧିକାରୀ, ସ୍ବେଛlସେଵୀ, ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ l
ଦଣ୍ଡ ସମୟରେ ମାନସିକ ଧାରୀମାନେ କରିଥିବା ମାନସିକ ପୁର୍ଣ ହେଲେ ଦଣ୍ଡ ଦଳରେ ମିସିଥାନ୍ତି ନଚେତ ଦଣ୍ଡ ରଖି ପୂଜାର୍ଚନା କରିଥାନ୍ତି l ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୋଲିସ ବିଭିନ୍ନ ସ୍ଥାନରେ ମୃତୟନ ହୋଇଥିଲେ l

Leave a comment

Your email address will not be published. Required fields are marked *