#Breaking News

ପୁରାଣ ଜୀରା ବ୍ରିଜ ର କଲଭଟ ଭାସିଗଲା


ବରଗଡ଼:- ବରଗଡ଼ ସହର ମଧ୍ୟ ରେ ପ୍ରବାହିତ ଜୀରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ପୋଲ (କଲଭଟ) ଗତ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ପୈ।ର ପରିଷଦ ଏକ ଓ୍ବ।ର୍ଡ ର ଲୋକ ଙ୍କ ସହର ସହ ବିଚ୍ଛିନ୍ନ ହୋଇଯାଇଛି । ଉକ୍ତ ଅଞ୍ଚଳର ଲୋକମାନେ ସାଧାରଣ କାର୍ଯ୍ୟ ପାଇଁ ୮ କିଲୋମିଟର ରାସ୍ତା ବୁଲିକି ଆସିବାକୁ ପଡୁଛି। ଏଠାରେ ସୂଚନାଯୋଗ୍ୟ ଯେ ପୁରୁଣା ବ୍ରିଜ କୁ ଭାଙ୍ଗି ଗତ ତିନି ବର୍ଷ ହେବ ସେହି ସ୍ଥାନରେ ନୂତନ ବ୍ରିଜ ନିର୍ମାଣ କରାଯାଉଛି। ତେବେ ନିର୍ମାଣ ସ°ସ୍ଥାର ଅବହେଳା ଯୋଗୁଁ କାମ ଆଗେଇ ପାରୁନଥିବା ପରିଲକ୍ଷିତ ହେଉଛି। ନୂତନ ଜିଲ୍ଲାପାଳ ଭାବେ ମନୀଷା ବାନାର୍ଜୀ ଦାୟିତ୍ଵ ଗ୍ରହଣ କଲାପରେ ସେ ନିର୍ମାଣ ଧୀନ ବ୍ରିଜ କୁ ବୁଲି ଦେଖିଥିଲେ ଓ ନିର୍ମାଣ କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଥାପି ସେହି କାର୍ଯ୍ୟ ଆଗେଇ ପାରୁନଥିବା ରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a comment

Your email address will not be published. Required fields are marked *