#Breaking News #Uncategorized

ପଛୁଆ ବର୍ଗ ଙ୍କ ୧୧ ଦଫା ନେଇ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ଦେଲା ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ


ବରଗଡ଼: ଜନସଂଖ୍ୟା ଆଧାରରେ ଓବିସି ମାନଙ୍କୁ ସରକାରୀ ଚାକିରୀ ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେବା ସହ ୧୧ ଦଫା ଦାବି ନେଇ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ରେ ଜିଲ୍ଳା ପ୍ରଶାସନ କୁ ଓଡ଼ିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ ସ୍ମାରକପତ୍ର ପ୍ରଦାନ କରିଛି । ସୋମବାର ମଞ୍ଚ ର ସଦସ୍ୟ ମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏହି ଦାବୀପତ୍ର ଦେଇଥିଲେ ଯେଉଁଥିରେ ଓବିସି ମାନଙ୍କ ସହ ହେଉଥିବା ବୈମାତୃକ ମନୋଭାବ ଵିରୋଧ ରେ ଉଲ୍ଲେଖ କରିଥିଲେ ୨୭% ସଂରକ୍ଷଣ ସ୍ଥାନରେ ମାତ୍ର ୧୧% ଖସେଇ ଦେଇ ଥିବା, ୮୧/୨୦୦୦ ଅଧ୍ୟାଦେଶ ଆଇନ ଅନୁଯାୟୀ ଓବିସି ଙ୍କ ପଛ ତାରିଖ ରୁ ସବୁ ପଦବୀ ପୂରଣ କରିବା ପରି ୧୧ ଦଫା ସମ୍ମିଳିତ ଦାବୀ ଦିଆ ଯାଇଥିଲା । ମଞ୍ଚ ର ସଭାପତି ଷଡାନନ ଭୋଇ, ସମ୍ପାଦକ ବିରେନ୍ଦ୍ର ବାଗ, ବିରବଲ ମହାକୁଡ଼, ପଦ୍ମଲୋଚନ ସାହୁ ଙ୍କ ନେତୃତ୍ୱରେ ଦୁଷ୍ମନ୍ତ ବାରିକ, ଦୀପକ ପଧାନ,ଅଶୋକ ଭୋଇ,ଆଡ଼ଭୋକେଟ ହର ପ୍ରଧାନ, ହାଇକୋଟ ଆଇନଜୀବୀ ହୀରାରାମ ଭୋଇ, ବଲମକୁନ୍ଦ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ରହି ଥିଲେ ।

Leave a comment

Your email address will not be published. Required fields are marked *