#Breaking News

ଦେଓଗାଁ ରେ ପଞ୍ଚ କୁଣ୍ଡିୟ ଗୀତା ଯଜ୍ଞ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ପବିତ୍ର ମାର୍ଗଶିର ପୂର୍ଣ୍ଣିମି ତିଥି ରେ ଆଜି ପଞ୍ଚ କୁଣ୍ଡିୟ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଦେଓଗାଁ ଗ୍ରାମ ବାସୀ ଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗତ କାଲି ଅଧିବାସ କଳସ ସ୍ଥାପନ ହୋଇଥିବା ବେଳେ ଆଜି ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଆଜି ସକାଳୁ ସୂର୍ଯ୍ୟାଘ୍ର, ଜଗନ୍ନାଥ ଷ୍ଟକ, ହେବା ପରେ ପୂଜା ଆରମ୍ଭ ହୋଇଥିଲା। ସକାଳ ୯ଟାରେ ସାଧୁ ସେବା ଓ ଭଗବାନ ସେବା, ଗୀତା ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପରେ ଗୀତା ହୋମ ଯଜ୍ଞ ଆରମ୍ଭ ହୋଇ ଅପରାହ୍ନ ରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଜଗନ୍ନାଥ କୁଣ୍ଡ, ଭଗବାନ କୁଣ୍ଡ,ପଦ୍ମନାଭ କୁଣ୍ଡ,ପାର୍ଥ ସାରଥୀ କୁଣ୍ଡ, ଦେବକୀନନ୍ଦନ କୁଣ୍ଡ ରେ ୧୨ ଜଣ ସସ୍ତ୍ରୀକ କର୍ତ୍ତା ଆହୁତି ପ୍ରଦାନ କରିଥିଲେ। ଯଜ୍ଞ କାର୍ଯ୍ୟ କୁ ଆଚାର୍ଯ୍ୟ ଭାବେ ଗଣେଶ ପଣ୍ଡା, ଭକ୍ତ ପ୍ରସାଦ ରଥ, ନିଗମାନନ୍ଦ ରଥ, କୈଳାସ ଚନ୍ଦ୍ର ପଣ୍ଡା, ଗିରିଧାରୀ ମିଶ୍ର, ସତ୍ୟ ବିନ ମିଶ୍ର, ଭାଗବତ ମିଶ୍ର, ଆଦିତ୍ୟ ନାରାୟଣ ପଣ୍ଡା, ଦୁର୍ବାଦଳ ପଣ୍ଡା, ହରି ହରିହର ପଣ୍ଡା ପଣ୍ଡିତ ସମୁହ ପରିଚାଳନା କରିଥିଲେ। ଗୀତା ଯଜ୍ଞ ର ପୂନ୍ୟାର୍ଜନ ପାଇଁ ଆଖପାଖ ଅଞ୍ଚଳରେ ଶତାଧିକ ଭକ୍ତଙ୍କ ସମାଗମଙ୍କ ହୋଇଥିଲା।

Leave a comment

Your email address will not be published. Required fields are marked *