#Uncategorized

ବଡମ୍ବାରେ ମାଟ୍ରିକ ପରୀକ୍ଷା ପାଇଁ ଅଭିଭାବକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦିନିକିଆ ବୈଠକ ଅନୁଷ୍ଠିତ


ବଡମ୍ବା(ଉଲାପ୍ର) ସରକାରୀ ଗୋପମଥୁରା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ଆବାହକତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୪ ବିନ୍ଦୁ ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଅଭିଭାବକମାନଙ୍କୁ ସ୍ୱାଗତ କରିବା ସହିତ ଉକ୍ତ ବୈଠକର ମୁଖ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଥିଲେ । ପରେପରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପରିଚୟ ହୋଇଥିଲା ଏବଂ ଶିକ୍ଷକମାନେ ୧୦୦ଦିନର ପାଠ ପଢା

କିପରି ହେଉଛି ଏହା ଉପରେ ତଥ୍ୟ ପ୍ରଦାନ କରିଥିଲେ ‌ । ପୁନର୍ବାର ଆଲୋଚନା କରିବା ପାଇଁ ଯାଇ ପରୀକ୍ଷା ଦର୍ପଣ ଏବଂ କୋଭିଡ ନିୟମକୁ ଆଖିଆଗରେ ରଖି କିଭଳି ପିଲାମାନଙ୍କୁ ପାଠ ପଢା ସହିତ ଗାଇଡ ଲାଇନ ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହେବାପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ପରେପରେ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଅଭିଭାବକମାନଙ୍କ ସହଯୋଗ ସର୍ବୋପରି ଏବଂ ଆଗକୁ ଆସି କାର୍ଯ୍ୟକରିବା ପାଇଁ ସମସ୍ତଙ୍କୁ ଆଗ୍ରହ କରାଯାଇଥିଲା । ପିଲାମାନଙ୍କର ଅଗ୍ରଗତି ଏବଂ ପାଠପଢ଼ା ଉପରେ ବିଶେଷ ଚର୍ଚ୍ଚା ଆଲୋଚନା ହୋଇଥିଲା । ସର୍ବଶେଷରେ ଆସିଥିବା ସମସ୍ତ ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

Leave a comment

Your email address will not be published. Required fields are marked *