#Breaking News

ବର୍ଷା ଆସୁଛିଧାନ ଉଠାଉନି ମିଲର,ଚାଷୀ ହତାଶ


ଫୁଲବାଣ(ସୁନୀଲ ପଟ୍ଟନାୟକ)
ସରକାର ଚାଷୀଙ୍କଠାରୁ ସଠିକ ଓଜନ ଓ ସରକାରୀ ନିର୍ଦ୍ଧାରୀତ ମୂଲ୍ୟରେ ଧାନ କିଣିବା ପାଇଁ ମିଲର ନିଯୁକ୍ତି କଲେ ଆଉ ଧାନ ଲ୍ୟାମ୍ପସ ମାଧ୍ୟମରେ ଧାନ କ୍ରୟ କରାଯାଉଛି କନ୍ଧମାଳ ଜିଲ୍ଲାରେ । ହେଲେ ଏବେ ବର୍ଷା ଆସୁଥିବା କଥା ପାଣି ପାଗ ବିଭାଗ ପୂର୍ବରୁ ସୂଚନା ଦେଇଛି। ପାଗ ମଧ୍ୟ ମେ ଘୁଆ ରହିଛି କେତେକ ସ୍ଥାନରେ । ଫଳରେ ଧାନ ବିକ୍ରିକରିବା ଲାଗି ଧାନ ନେଇ ଲ୍ୟାମ୍ପସ କୁ ଆସି ଦୀର୍ଘ ୫/୬ ଦିନ ହେଲା ଜଗି ବସିଥିଲେ ମଧ୍ୟ ମିଲରଧାନ ଉଠାଉନି ମଣ୍ଡିରୁ ।ଲ୍ୟାମ୍ପ ପରିଚାଳକ ମଧ୍ୟ ହାତ ଟେକିଦେଇଛନ୍ତି। ତାଙ୍କ କଥାକୁ ଆଡ଼େ ମିଲର ଶୁଣୁ ନି ।
ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଜି.ଉଦୟଗିରି ମଣ୍ଡିରେ।
କେବଳ ଜି.ଉଦୟଗିରି ମଣ୍ଡି ନୁହେଁ ଜିଲ୍ଲାର ଅନେକ ମଣ୍ଡିରେ ଏଭଳି ଅବସ୍ଥା। ଅଭିଯୋଗ କଲେ ଶୁଣୁଛି କିଏ ?
ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ପ୍ରତି ଦୃଷ୍ଟିଦେଇ ମଣ୍ଡିରୁ ଧାନ ଉଠାଇ ବା ଦିଗରେ ଦୃଷ୍ଟିଦେବାକ୍ର ଚାଷୀମାନେ ଦାବୀ କରିଛନ୍ତି । ଅନ୍ୟଥା ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଧମକ ଦେଇଛି । ଏହାର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

Leave a comment

Your email address will not be published. Required fields are marked *