#Breaking News

ସାମ୍ବାଦିକ ସୁରକ୍ଷା ଆଇନ ଓ ନୟାଗଡ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ରେ ଆକ୍ରମଣ କାରି ଙ୍କୁ ଗିରଫ ଦାବୀ ରେ ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ


ବାଲିଗୁଡ଼ା,୫/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):ନୟାଗଡ ଜିଲ୍ଲା ଅବକାରୀ ବିଭାଗର ଏଏସଆଇ ଦୁଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ମାଡ ମାରିବା ଘଟଣାକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଘୋର ନିନ୍ଦା କରିବା ସହ ସଂପୃକ୍ତ ଏ ଏସ ଆଇ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟ ରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ଦାବୀ କରି ଆଜି ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାଶ ଙ୍କ ନେତୃତ୍ବରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ଶ୍ରୀ ଦାଶଙ୍କ ସମେତ ସାମ୍ବାଦିକ ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ,ହିମାଂଶୁ ବେହେରା, ସୁବାଷ ଚନ୍ଦ୍ର ମହାରଣା, ଚନ୍ଦନ ପଣ୍ଡା, ପବିତ୍ର ଦିଗାଲ, ପ୍ରମୁଖ ଦସ୍ତଖତ ରେ ପ୍ରଦାନ କରାଯାଇଥିଲା।

Leave a comment

Your email address will not be published. Required fields are marked *